ଆୟୁର୍ବେଦର ଯାଦୁ

0
Bocca 728*90

ହିନ୍ଦୁ ପୁରାଣ ଅନୁଯାୟୀ ଧନ୍ଵନ୍ତରୀ ହେଉଛନ୍ତି ଧନ ଏବଂ ସ୍ୱାସ୍ଥ୍ୟର ଦେବତା ତାଙ୍କର ଜନ୍ମଦିନ ଅର୍ଥାତ ଧନ୍ ତେରାସ୍ ( ଦୀପାବଳୀ ପୂର୍ବଦିନ) କୁ ଆୟୁର୍ବେଦ ଦିବସ ରୂପେ ପାଳନ କରାଯାଏ ।ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆୟୁର୍ବେଦ ଔଷଧୀ ସହାୟତାରେ ରୋଗର ଉପଚାର କରି ମାନବ ସମାଜକୁ ସୁସ୍ଥ ଏବଂ ନିରୋଗ ରଖିବା । ଚଳିତ ବର୍ଷ ପାଇଁ ଏହି ଦିନଟି କୋଭିଡ – ୧୯ ମହାମାରୀର ଭୟାବହତାକୁ ଦୂର କରି ଲୋକଙ୍କ ମଧ୍ୟରେ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବାର ଗୁରୁଦାୟିତ୍ୱ ବହନ କରୁଛି ।ଏହା କେନ୍ଦ୍ର ମନ୍ତ୍ରୀମଣ୍ଡଳ ଦ୍ଵାରା AYUSH ( Ayurveda, Yoga, Naturopathy, Unani, Sidda & Homeopathy ) ରୂପେ ସ୍ୱୀକୃତି ପାଇସାରିଛି ।

‘ଆୟୁର୍ବେଦ ‘ ମାଧ୍ୟମରେ ଉପଚାର କେବଳ ଔଷଧ ଭିତରେ ସୀମିତ ନୁହେଁ , ବରଂ ଏହା ମଣିଷର ପ୍ରକୃତି ସହିତ ନିବିଡ଼ ସମ୍ପର୍କ ଏବଂ ପ୍ରକୃତି ବିନା ମଣିଷର ଅସ୍ତିତ୍ୱ ଯେ ଅସମ୍ଭବ, ତାହା ଦର୍ଶେଇଥାଏ ।ଏହି ଚିକିତ୍ସା ପଦ୍ଧତି ବହୁ ପୁରାତନ, ଯାହା ଋଷି ମୁନି ମାନଙ୍କ ଦ୍ଵାରା ଆରମ୍ଭ ହୋଇଥିଲା

ଏଥିରେ ବ୍ୟବହାର କରାଯାଇଥିବା ପ୍ରତ୍ୟେକ ସାମଗ୍ରୀ ପ୍ରକୃତି କୋଳରୁ ଅଣାଯାଇଥାଏ l ତେଣୁ ଏଥିରେ କୌଣସି ପ୍ରକାର ଅପମିଶ୍ରଣ କିମ୍ବା କୃତ୍ରିମତା ନ ଥାଏ l ଅନ୍ୟ ଔଷଧ ତୁଳନାରେ ଆୟୁର୍ବେଦ ଔଷଧରେ ରୋଗକୁ ମୂଳରୁ ନାଶ କରିବାର ଶକ୍ତି ଅଧିକ ଥାଏ l ବିଭିନ୍ନ ଜଟିଳ ରୋଗର ସହଜ ଏବଂ ନିଶ୍ଚିତ ଉପଶମ ଆୟୁର୍ବେଦ ଔଷଧୀ ଦ୍ୱାରା ସମ୍ଭବ ହୋଇଥାଏ ।
ମାନବ ଯେତେ ଆଧୁନିକତା ଓ ପ୍ରଯୁକ୍ତି ବିଦ୍ୟାର ଅଧିକାରୀ ହେଲେ ମଧ୍ୟ ସୁସ୍ଥ ଏବଂ ସୁରକ୍ଷିତ ରହିବା ପାଇଁ ସ୍ୱଚ୍ଛନ୍ଦରେ ମିଳିଯାଉଥିବା ଜିନିଷ ଉପରେ ବେଶୀ ନିର୍ଭର କରେ l ଆୟୁର୍ବେଦ ଔଷଧର ପ୍ରୟୋଗ, ଉଭୟ ସୁସ୍ଥ ଏବଂ ରୋଗୀ ଲୋକଙ୍କ ଦ୍ଵାରା କରାଯାଇପାରିବ।ରୋଗ ନ ହେବା ପାଇଁ ଏବଂ ଶରୀରର ପ୍ରତିରୋଧ ଶକ୍ତି ବଢେଇବା ପାଇଁ ଏହା ସୁସ୍ଥ ଲୋକଙ୍କ ଦ୍ଵାରା ବେଶୀ ଆଦୃତି ଲାଭ କରିଛି ।

ଏ ବର୍ଷ ଆୟୁର୍ବେଦ ଦିବସର ପ୍ରତୀକ ଚିହ୍ନର ମଧ୍ଯ ଭାଗରେ ଋଷି ଧନ୍ଵନ୍ତରୀଙ୍କ ଏକ ଛାୟାମୂର୍ତ୍ତି ରହିଛି l ଏହା ଚାରିପଟେ ପାଞ୍ଚଟି ପାଖୁଡା ରହିଛି, ଯାହା ମଣିଷ ଶରୀରରେ ଥିବା ପଞ୍ଚ ମହାଭୂତ ( ବାୟୁ, ଅଗ୍ନି, ଜଳ, ପୃଥିବୀ ଓ ଆକାଶ ) କୁ ଦର୍ଶାଉଛି l ତା ତଳକୁ ଥିବା ତିନୋଟି ବୃତ୍ତ ଯଥାକ୍ରମେ ବାତ, ପିତ୍ତ, କଫ କୁ ସୂଚାଉଛି l ମଣିଷ ଶରୀରରେ ଏହି ତିନୋଟି ଜିନିଷର ସନ୍ତୁଳନ ସବୁବେଳେ ଠିକ ରହିଲେ ହିଁ ମଣିଷ ନିରୋଗ ରହିଥାଏ l ଏହା ଚାରିପଟେ ଗୋଟିଏ ଅଣ୍ଡାକାର ପତ୍ରର ଚିହ୍ନ ରହିଛି, ଯାହା ପ୍ରକୃତିର ଯାଦୁକରୀ ରୋଗ ପ୍ରତିରୋଧକ ଶକ୍ତି କୁ ସୂଚିତ କରେ ।

ଆୟୁର୍ବେଦର ବହୁଳ ବ୍ୟବହାର, ଏହାକୁ ମାନବ ସମାଜରେ ବେଶ ଆଦୃତି ଦେଇଛି l ଭାରତ ସରକାର ମଧ୍ଯ ଏହାକୁ ସ୍ୱୀକୃତି ପ୍ରଦାନ କରିଛନ୍ତି l କୌଣସି ନକାରାତ୍ମକ ପ୍ରଭାବ ନ ପକାଉଥିବାରୁ ଏବଂ ମଣିଷକୁ ପ୍ରକୃତି ଉପାସକ ହେବାରେ ସାହାଯ୍ୟ କରୁଥିବାରୁ “ଆୟୁର୍ବେଦ “କୁ ସମସ୍ତେ ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି କହିଲେ ଭୁଲ ହେବ ନାହିଁ ।

?ଶ୍ରୁତକୀର୍ତ୍ତି ତ୍ରିପାଠୀ ?
ଫୋନ – 6370516478

Leave A Reply

Your email address will not be published.