ଓଡ଼ିଶାର ଚିତ୍ରକଳା ଏବଂ ‘ଆର୍ଟିସିଅନ’ର ଭୂମିକା..

0
Bocca 728*90

ଭାରତ ତଥା ଓଡ଼ିଶାର କଳା, ସାହିତ୍ୟ, ସଂସ୍କୃତି, ପରମ୍ପରା ଆଜି ବିଶ୍ୱର କୋଣ ଅନୁକୋଣରେ ପରିଚିତ ହୋଇପାରିଛି । ତନ୍ମଧ୍ୟରୁ ଓଡ଼ିଆ ଚିତ୍ରକଳାର ସ୍ଥାନ ମଧ୍ୟ ସର୍ବାଗ୍ରେ ସ୍ଥାନରେ ରହି ଅନନ୍ୟ କୃତି ହାସଲ କରି ପାରିଥିବା କହିଲେ ଅତ୍ୟୁକ୍ତି ହେବ ନାହିଁ ।

ତେବେ ଆଜିର ଆଧୁନିକ ଏବଂ ଟେକ୍ନୋଲୋଜି ସମୟରେ ଓଡ଼ିଶା ଏବଂ ଦେଶର ସମସ୍ତ ଚିତ୍ରକର ଏବଂ ବାସ୍ତବ ଚିତ୍ରକଳାକୁ ପ୍ରସିଦ୍ଧ ଏବଂ ଅଧିକରୁ ଅଧିକ ଲୋକପ୍ରିୟ କରିବା ସବୁଠୁ ବଡ ଆହ୍ୱାନ ହୋଇଛି । । ଏହି ପରିପ୍ରେକ୍ଷୀରେ କଳା ଇ-ବାଣିଜ୍ୟର ବୈଷୟିକ କମ୍ପାନି ‘ଆର୍ଟିସିଅନ’ ପ୍ରତିଭାସମ୍ପନ୍ନ ଚିତ୍ରକର ଏବଂ ସେମାନଙ୍କ ଦ୍ୱାରା ଆଙ୍କିତ ଚିତ୍ରକଳା ବା ପେଣ୍ଟିଂକୁ ଏକ ଅନଲାଇନ୍ ପ୍ଲାଟଫର୍ମ ଜରିଆରେ ବିଶ୍ୱ ମାନଚିତ୍ରରେ ପ୍ରତିଫଳିତ କରିବା ପାଇଁ ଉଦ୍ୟମ କରିଆସୁଛି। ଏହା ସଙ୍ଗେସଙ୍ଗେ ଓଡ଼ିଶାରେ ମଧ୍ୟ ଚିତ୍ର ବା ଲୋକକଳା, ଭାଷା, ସଂସ୍କୃତି, ପରମ୍ପରା, ଖାଦ୍ୟ, ବସ୍ତ୍ର ଏବଂ ଅନ୍ୟାନ୍ୟ ଆଦୃତ ସମସାମୟିକ ଜିନିଷକୁ ଚିତ୍ରକଳା ମାଧ୍ୟମରେ ପରିପ୍ରକାଶ କରିବାରେ ବଡ ଭୂମିକା ଗ୍ରହଣ କରିବା ଦିଗରେ ଅଛି ‘ଆର୍ଟିସିଅନ’ ।


ସେହିପରି ଚିତ୍ରକଳା ପ୍ରତିଯୋଗିତା ଏବଂ ଚିତ୍ରକର ସମାଜକୁ ସୁଦୃଢ଼ କରିବା ଓ ଚିତ୍ରକଳାକୁ ଏକ ଶିଖରରେ ପହଞ୍ଚାଇବା ଭଳି ଉଦ୍ୟମ ଆଜି ସମାଜରେ ଲୋକପ୍ରିୟତା ହାସଲ କରିବାରେ ସଫଳ ହୋଇପାରିଛି । ଓଡ଼ିଶା ସୁପର ମଡେଲଙ୍କ ସହ ଅଂଶଗ୍ରହଣ ଏବଂ ଚିତ୍ରକର ଓ ଚିତ୍ରକଳା ସହ ଜଡ଼ିତ ନେଟୱାର୍କକୁ ମଜବୁତ୍ କରିବା ଏହି ସଂଗଠନକୁ ଦେଇଛି ଅନନ୍ୟ ପରିଚୟ ।
ମାତ୍ର ୩ ବର୍ଷରେ ଏହି ସଂଗଠନ ସଫଳତାପୂର୍ବକ କୃତିତ୍ୱ ହାସଲ କରିଛି । ଏହି ଅନଲାଇନ୍ ବାଣିଜ୍ୟିକ ୱେବସାଇଟ୍ ରେ ୧୬୪୦ ଚିତ୍ର କାରିଗର ପଞ୍ଜିକରଣ କରିଛନ୍ତି । ଓଡିଶା ସମେତ ଦେଶର ବିଭିନ୍ନ ତାରକା ହୋଟେଲ୍ ସହ ଯୋଡିହୋଇ ପାରିଛି । ୩ଟି ଏମଏସଏମଇ ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ଅଂଶଗ୍ରହଣ କରିଛି । ଏହାସହ ୩୦ଟି ପଥତ୍ସୋବରେ ଅଂଶଗ୍ରହଣ କରିଛି।
ଏହି ସଂଗଠନ ଭିନ୍ନ ଏକ ପ୍ଲାଟଫର୍ମ ପ୍ରସ୍ତୁତ କରି ଷ୍ଟ୍ରାଟଅପ୍ ଓଡ଼ିଶା ଏବଂ ଷ୍ଟ୍ରାଟଅପ୍ ଇଣ୍ଡିଆର ସ୍ୱୀକୃତି ହାସଲ କରିଛି ।
ଅପରପପକ୍ଷରେ ଆଇଆଇଟି ଇନକୁବେସନ ସେଣ୍ଟର ଏବଂ ଇପିସିଏଚ(ଏକ୍ସପୋର୍ଟ ପ୍ରୋମୋସନ କାଉସିଲ୍ ଫର୍ ହାଣ୍ଡିକ୍ରାଫ୍ଟ) ଏବଂ ଇଣ୍ଟରନେଟ୍ ଏବଂ ମୋବାଇଲ ଆସୋସିଏସନ ଅଫ୍ ଇଣ୍ଡିଆ ଦ୍ୱାରା ସ୍ୱୀକୃତି ପ୍ରାପ୍ତ ଏହି ସଂଗଠନ ଓଡ଼ିଶାର ଚିତ୍ରକଳାକୁ ଏକ ନୂତନ ପରିଭାଷା ଯୋଗେ ନୂଆ ଶିଖରରେ ପହଞ୍ଚାଇବା ପାଇଁ ନିରନ୍ତର ଉଦ୍ୟମ କରୁଛି । ଓଡିଶାର ଦକ୍ଷିଣ ଏବଂ ପଶ୍ଚିମ ଓଡ଼ିଶାର ଚିତ୍ରକର ମାନଙ୍କୁ ଏହି ପ୍ଲାଟଫର୍ମ ସହାୟକ ହୋଇଛି।
କେବଳ ଯେ ଚିତ୍ର ତାହା ନୁହେଁ ବରଂ ଚିତ୍ର ପ୍ରତି ରୁଚି ରଖୁଥିବା ଲୋକଙ୍କୁ ଅନଲାଇନ, ଅଫଲାଇନ, ନିଲାମୀ ମାଧ୍ୟମରେ ସଠିକ୍ ଏବଂ କମ୍ ମୂଲ୍ୟରେ ପେଣ୍ଟିଂ ଯୋଗାଇବାରେ ରାଜ୍ୟରେ ବଡ଼ ପ୍ଲାଟଫର୍ମ ପ୍ରଦାନ କରିବାର ସାକ୍ଷୀ ହୋଇଛି ‘ଆର୍ଟିସିଅନ’ ।


ଏହାବ୍ୟତତ ରାଜ୍ୟ ସରକାରଙ୍କ ସହଯୋଗରେ ଏହି ସଂଗଠନ ବିଭିନ୍ନ ଚିତ୍ରକାରଙ୍କ ମାଧ୍ୟମରେ ସ୍ମାର୍ଟ ସହର ଭୁବନେଶ୍ୱର କାନ୍ଥବାଡରେ ଓଡିଆ ସଂସ୍କୃତି, ପରମ୍ପରା, ଭାଷା, ଚାଲିଚଳଣୀ, ଖାଦ୍ୟପେୟକୁ ଅତି ସୁଷ୍ମ ତୂଳିରେ ସଜେଇ ପଥଦର୍ଶକଙ୍କ ହୃଦୟରେ ବସା ବାନ୍ଧିପାରିଛି ।
‘ଆର୍ଟିସିଅନ’ର ନିର୍ଦ୍ଦେଶକ ଆଶୁତୋଷ ନନ୍ଦ ଏହି ସଂଗଠନ ମାଧ୍ୟମରେ ପଟ୍ଟଶ୍ରୀ ଅଧୀନରେ ହସ୍ତତନ୍ତ ଶିଳ୍ପକୁ ଆଗେଇ ନେବାର ଲକ୍ଷ୍ୟ ରଖିଛନ୍ତି । ସେହିପରି ଅଧିକରୁ ଅଧିକ ଚିତ୍ରକାରଙ୍କୁ ନେଇ ଚିତ୍ରକଳା ନିର୍ମାଣ ପ୍ରତିଷ୍ଠାକୁ ମଜବୁତ୍ କରିବା, ଏକପ୍ରକାର ବ୍ରାଣ୍ଡିଂ ତିଆରି କରିବା, ଅନଲାଇନ୍ ଦୃଶ୍ୟପଟ୍ଟକୁ ଗୁରୁତ୍ୱ, ନେଟୱାର୍କର ସଂପ୍ରସାରଣକୁ ଦୃଷ୍ଟି ଦେବା ଏବଂ ଚିତ୍ରକଳା କ୍ଷେତ୍ରରେ ଗ୍ରାହକଙ୍କୁ ଯୋଡିବାରେ ଗୁରୁତ୍ୱ ଦେବାର ଲକ୍ଷ୍ୟ ନେଇ ସେ କାର୍ଯ୍ୟ କରୁଛନ୍ତି ।
ଆଗାମୀ ଦିନରେ ‘ଆର୍ଟିସିଅନ’ କେବଳ ଓଡିଶା ତଥା ଓଡିଆର ସଂସ୍କୃତି, ପାରମ୍ପରିକ ଓ ଆଧୁନିକ ଚିତ୍ରକଳାକୁ ଏକ ଶିଖରରେ ପହଁଚାଇବାର ମାର୍ଗ ପ୍ରସ୍ତୁତ କରିବ ନାହିଁ ବରଂ ନୂଆନୂଆ ଚିତ୍ରକରଙ୍କ ପ୍ରତିଭାକୁ ଚିହ୍ନି ସେମାନଙ୍କୁ ବିଭିନ୍ନ ପ୍ରତିଯୋଗୀତା ସାହାଯ୍ୟରେ ଆର୍ଥିକ ସ୍ୱାବଲମ୍ବୀ କରିବ ଓ କଳାକୁ ସଠିକ୍ ମାର୍ଗ ପ୍ରଦାନ କରିବ ବୋଲି ଆମର ଆଶା।


Leave A Reply

Your email address will not be published.