ନାରୀ…

0

ନାରାୟଣ ନାରାୟଣ କହି ଦେବର୍ଷି ନାରଦ ମାନସରୋବରରେ ପହଞ୍ଚିଲେ। ପ୍ରଭୁ ବିଷ୍ଣୁ ଅନନ୍ତ ଶୟନରେ ଥାନ୍ତି ।ନାରଦଙ୍କ ମୁହଁରୁ ଜଣା ପଡୁଥିଲା ସେ ଟିକେ ଖୁବ୍ଧ ଥିଲେ ।ପ୍ରଭୁ ବିଷ୍ଣୁ ପଚାରିଲେ ଦେବର୍ଷି, “ଏ ଅଶାନ୍ତିର କାରଣ କଣ ?” ଦେବର୍ଷି ଟିକେ ରହି କହିଲେ ପ୍ରଭୁ ” ପୁରୁଷ ପ୍ରଧାନ ସମାଜରେ ନାରୀକୁ କେମିତି ସମ୍ମାନ ମିଳିବ ?” ସବୁ ପୁରୁଷ ମାନେ କଣ ନାରୀ ମାନକୁ କେବଳ ନିଜର ଭୋଗ ବିଳାସର ସାମଗ୍ରୀ ଭାବୁଛନ୍ତି ? ଏମିତି କେହି ଅଛନ୍ତି ଯେ ସେ ନାରୀର ମନ କଥା ବୁଝି ପାରୁଥିବ ।ପ୍ରଭୁ, ଗୋଟେ ନାରୀ , କାହାର ଝିଅ , ସ୍ତ୍ରୀ , ଭଉଣୀ ଅବା ମାଆ ହେଇଥିବ।ତେଣୁ ସ୍ଥାନ କାଳ ପାତ୍ର ନେଇ ଏ ସମାଜ ତାକୁ ସମ୍ମାନ ଦେଉଛି, କାହିଁ ମୁଁ ଦେଖିପାରୁନି” ।
ପ୍ରଭୁ ବିଷ୍ଣୁ ସ୍ମିତ ହସି କହିଲି , “ଦେବର୍ଷି ଆସ ଦେଖ ମର୍ତ୍ୟରେ ଏକ ଦୃଶ୍ୟ ।”
ବିରାଟ ରାଜ୍ୟର ବିଜୟ ପରେ ରାଜା ଚନ୍ଦ୍ରସେଣାଙ୍କୁ ସେଠାକାର ରାଜକୁମାରୀଙ୍କୁ ଭେଟ ସ୍ୱରୂପ ପ୍ରସ୍ତୁତ କରାଯାଇଥାଏ ।ଶୟନ କକ୍ଷରେ ରାଜାଙ୍କ ସମ୍ମୁଖରେ ରାଜକୁମାରୀ ନିଜର ପରିଧାନ କାଢ଼ିବା ଆରମ୍ଭ କରିବା ବେଳେ ହଟାତ ରାଜା ପଚାରିଲେ , ଦେବୀ ଏ କଣ କରୁଛନ୍ତି ? ରାଜକୁମାରୀ କହିଲେ ମହାରାଜ ମୁଁ ଵିଵସ୍ତ୍ର ହେଉଛି , ଯଦ୍ୱାରା ଆପଣ ମୋତେ ଉପଭୋଗ କରିପାରିବେ।କିଛି ସମୟ ନୀରବ ରହି ରାଜା କହିଲେ ଦେବୀ ଆପଣ ଯାଇପାରନ୍ତି ।


ରାଜକୁମାରୀ ଫେରିଯିବା ପରେ ବିସ୍ମିତ ମହାଅମାତ୍ୟ ନଗରର ଏକ ସୁନ୍ଦରୀ ଗଣିକାକୁ ରାଜାଙ୍କ ରାତ୍ରି ସେବା ନିମନ୍ତେ ଉପଲବ୍ଧ କରାଇଲେ ।ଗଣିକା ରାଜାଙ୍କ ସମୁଖରେ ନିଜର ପରିଧାନ କାଢ଼ିବା ଆରମ୍ଭ କରନ୍ତେ ରାଜା ପଚାରିଲେ ଦେବୀ ଏ କଣ କରୁଛନ୍ତି ।ଗଣିକା ଜଣକ ଉତ୍ତର ଦେଲେ ମହାରଜ ମୁଁ ନଗ୍ନ ହେଉଛି , କାରଣ ଆପଣ ମୋତେ ଉପଭୋଗ କରିପାରିବେ । କିଛି ସମୟ ନୀରବ ରହି ରାଜା କହିଲେ ଦେବୀ ଆପଣ ଯାଇପାରନ୍ତି ।
ପ୍ରଭୁ ବିଷ୍ଣୁ ସ୍ମିତ ହସି କହିଲେ, “ଦେବର୍ଷି କୁହନ୍ତୁ ଏ ଦୃଶ୍ୟରୁ କଣ ବୁଝିଲେ?”
ଏ ଦୃଶ୍ୟକୁ ଦେଖି ନାରଦ କହିଲେ “ପ୍ରଭୁ , ମହାରାଜ ଚନ୍ଦ୍ରସେଣା ନିଶ୍ଚିତ ଭାବେ ଜଣେ ନପୁଂସକ । ନହେଲେ ଏମିତି ସୁନ୍ଦରୀ ରମଣୀଙ୍କ ସହ ରାତ୍ରି ନବିତାଇ ଫେରାଇଦେବାର କାରଣ କଣ ହୋଇପାରେ ।
ଭଗବାନ ସ୍ମିତ ହସି କହିଲେ, “ନା ଦେବର୍ଷି” , ମହାରାଜ ଜଣେ ପ୍ରକୁତରେ ପୁରୁଷ । ଜଣେ ପୁରୁଷ ନାରୀର ବିନା ସହମତି ତାକୁ ଉପଭୋଗ କରେନା । ଏହା ପାପ ।ରାଜା ଜାଣି ପାରିଥିଲେ ତାଙ୍କ ସହ ରାତ୍ରି ବିତାଇବା ପାଇଁ ରାଜକୁମାରୀ ଅନିଛୁକ ଥିଲେ।ସେଥି ପାଇଁ ସେ କହିଥିଲେ ସେ ଵିଵସ୍ତ୍ର ହେଉଛନ୍ତି ।ନାରୀକୁ ଵିଵସ୍ତ୍ର କରାଯାଇପାରେ କିନ୍ତୁ ଉଲଗ୍ଣ କରାଯାଇପାରେନା , ସେ ତା ମନର ମଣିଷପାଖରେ ନିଜକୁ ସମର୍ପଣ କରିହିଁ ଉଲଗ୍ଣ ହୋଇଥାଏ।
କିନ୍ତୁ ଗଣିକାକୁ କଣ ପାଇଁ ……….?


ଭଗବାନ ହସି କହିଲେ , ଗଣିକା ରାଜାଙ୍କ ସମ୍ମୁଖରେ ନଗ୍ନ ହେଉଥୁଲା ।ତା ଆଖିରେ ରାଜା ଟିକିଏବି ଲଜ୍ୟାର ଚିହ୍ନ ବର୍ଣ ନଥଲା ।ଯେଉଁ ନଗ୍ନତାରେ ଲଜ୍ୟା ନାହିଁ ତାହା କେବଳ ବିଭ୍ୟଚାରରେ ଗଣା ହୁଏ ।
ନାରୀର ଅନେକ ସ୍ୱରୂପ ଅଛି ।ସେ ମାତା, ଭଗିନୀ , ପୁତ୍ରୀ ଅବା ସ୍ତ୍ରୀ ।ନାରୀଙ୍କୁ ତାଙ୍କ ସ୍ୱରୂପ ନେଇ ସମ୍ମାନ ଦେବା ହିଁ ପୁରୁଷ ର ଧର୍ମ ।ଯଦି ଏ କଳିଯୁଗରେ ମାନବ ଜାତି ନାରୀଙ୍କୁ ସମ୍ମାନ ଦେବାରେ ଅବହେଳା କରିବ ,ତେବେ ନିଶ୍ଚୟ କଳିଯୁଗ ଲୋପ ପାଇବ।
ଏଥିରେ ତିଳେ ସନ୍ଦେହ ନାହିଁ ।

ସୁଜିତ୍ କୁମାର ମହାପାତ୍ର ୯୪୩୯୯୦୬୭୪୩

Leave A Reply

Your email address will not be published.