ନିଦ୍ରାହୀନତା ର ଘରୋଇ ଉପଚାର

0

ଧନ,ଯୌବନ ଏବଂ ଶକ୍ତି ସବୁକିଛି ମଣିଷକୁ ସାମୟିକ ସୁଖ ପ୍ରଦାନ କରିଥାଏ ,ମାତ୍ର ସୁନିଦ୍ରା କର୍ମକ୍ଲାନ୍ତ ମଣିଷକୁ ଅତ୍ୟନ୍ତ ସୁଖ ଦେଇଥାଏ। ନିଦ୍ରା ଆମର ସମସ୍ତ ଦୁଶ୍ଚିନ୍ତା ଏବଂ ଉଦବେଗ କୁ ଦୂର କରିଥାଏ। ନିଦ୍ରାହୀନତା ରୋଗ ବର୍ତ୍ତମାନ ପରିସ୍ଥିତି ରେ ଏକ ଜଟିଳ ସମସ୍ୟା ପାଲଟିଛି।ଏହାର ଅନେକ କାରଣ ରହିଛି । ମାନସିକ ଅଶାନ୍ତି ର ପରିଣାମ ସ୍ୱରୂପ ଅନିଦ୍ରା ରୋଗ ହୋଇଥାଏ। କୌଣସି ପ୍ରକାର ର ଶାରୀରିକ କଷ୍ଟ,ଅନିଶ୍ଚିତ ପାଣିପାଗ ,ତଥା ପୁରୁଣା ରୋଗର ଚିନ୍ତା ଯୋଗୁଁ ଅନିଦ୍ରା ରୋଗ ହୋଇଥାଏ।ନାସନାଲ ସ୍ଲିପ ଫାଉଂଡେସନ ଅନୁଶାରେ ୩୦ ରୁ ୪୦ ପ୍ରତିଶତ ଲୋକ ନିଦ୍ରାହୀନତା ରୋଗରେ ପୀଡିତ। ଆୟୁର୍ବେଦ ରେ ଏହି ରୋଗ ର କିଛି ଘରୋଇ ଉପଚାର ରହିଛି ସେଗୁଡ଼ିକୁ ଆସନ୍ତୁ ଜାଣିବା।


୧.ରାତିରେ ଶୋଇବା ପୂର୍ବରୁ ଗରମ ଦୁଧ ପିଇବା ଦ୍ୱାରା ନିଦ ଭଲଭାବରେ ହୁଏ।ବାଦାମ ମିଶା ଦୁଧ ରେ କ୍ୟଲସିଅମ୍ ଅଧିକ ଥାଏ ଏହା ମସ୍ତିସ୍କ ର ମେଲାଟୋନିନ୍ ନିର୍ମାଣ କରେ ଏହା ନିଦ ଆସିବାରେ ସହାୟ ହୁଏ।
୨. କୋଲ୍ଡ ପ୍ରେସ୍ କାର୍ବୋନିକ୍ ତେଲ କୁ ପାଦ ତଳେ ଘଷି ଶୋଇଲେ ଆରାମ ମିଳେ ଏବଂ ନିଦ ହୁଏ।
୩.ସୁନିଦ୍ରା ପାଇଁ ଶୋଇବା ପୂର୍ବରୁ ଧ୍ୟାନ ,ଯୋଗ ଅଭ୍ୟାସ କରିବା ଜରୁରୀ ଅଟେ।
୪.ରାତିରେ ଅଧିକ ସମୟ କଂପ୍ୟୁଟର ,ଟିଭି ତଥା ମୋବାଇଲ ଦେଖିବାର ଅଭ୍ୟାସ ତ୍ୟାଗ କରିବା ଦ୍ୱାରା ନିଦ ଭଲ ହୁଏ।
୫.ସନ୍ଧ୍ୟା ପରେ ଚା,କଫି ଆଦି ବାତ ଜାତୀୟ ପାନୀୟ ସେବନ କରିବା ଦ୍ୱାରା ଅନିଦ୍ରା ରୋଗ ହୋଇଥାଏ ତେଣୁ ଏହାର ସେବନ କୁ ତ୍ୟାଗ କରିବା ଆବଶ୍ୟକ।
୬.ଶିରୋଧର ବା ଆୟୁର୍ବେଦୀୟ ମାଲିସ ଚିକିତ୍ସା ମନ କୁ ବିଶ୍ରାମ ପ୍ରଦାନ କରେ ତେଣୁ ଏହି ଉପାୟରେ ମଧ୍ୟ ସୁନିଦ୍ରା ହୁଏ।
୭.ପ୍ରତେକ ଦିନ ତିରିଶ ରୁ ଚାଳିଶ ମିନିଟ ପର୍ଯ୍ୟନ୍ତ ବ୍ୟାୟାମ କରନ୍ତୁ ଏହା ଫଳରେ ଶରୀରରେ ରକ୍ତ ସଂଚାଳନ ଠିକ୍ ରହିବା ସହିତ ମସ୍ତିସ୍କ ସୁସ୍ଥ ରୁହେ ଯାହାଦ୍ୱାରା ନିଦ ଠିକ୍ ହୁଏ।


ନିଦ୍ରାହୀନତା ରୋଗ ରୁ ବଞ୍ଚିବା ଏବଂ ସୁସ୍ଥ ସୁଖମୟ ଜୀବନଯାପନ କରିବା ପାଇଁ କିଛି ଘରୋଇ ଉପଚାର କରିବା ପାଇଁ ଚେଷ୍ଟା କରିବା।

Leave A Reply

Your email address will not be published.