ନୂତନ ବର୍ଷ:ଏକ ଆହ୍ବାନ

0

ଅନନ୍ତ କାଳ ଧରି ସ୍ରୋତ ପରି ବହି ଚାଲୁଥିବା ସମୟକୁ କେବେବି ଭାଗ ଭାଗ କରାଯାଇପାରେନା।ତେବେ ଯେବେ ଠାରୁ ମନୁଷ୍ୟର ମନ ବୁଦ୍ଧିର ବିକାଶ ହେଲାଣି ସେ ତାର ସୁବିଧା ପାଇଁ ସମୟକୁ ମାପ କରି ବର୍ଷ,ମାସ,ଦିନର ନାମ ଦେଉଛି।ଏହା ଦ୍ବାରା ବ୍ୟକ୍ତି ନିଜ ବ୍ୟକ୍ତିଗତ ଜୀବନ ସହ ସାମାଜିକ,ରାଜନୈତିକ ଓ ଅର୍ଥନୈତିକ ଜୀବନର ବିକାଶ ନିର୍ଣ୍ଣୟ କରିପାରୁଛି।ପ୍ରାୟ ଚାରି ହଜାର ବର୍ଷ ପୂର୍ବେ ପ୍ରଥମେ ବେବିଲୋନ ବାସୀ ସମୟକୁ ଭାଗ ଭାଗ କରିଥିଲେ ବୋଲି ଜଣାଯାଏ।ମାର୍ଚ୍ଚ ମାସର ସମାନ ଦିବା ଓ ରାତ୍ର ର ଏକ ନିର୍ଦ୍ଧିଷ୍ଟ ଦିନକୁ ସେମାନେ ବର୍ଷର ଆରମ୍ଭ ଦିନ ରୂପେ ବିଚାର କରୁଥିଲେ।ପରେ ପରେ ସମୟର ହିସାବକୁ ନେଇ ରୋମ୍ ରେ ଏକ କ୍ୟାଲେଣ୍ଡର ପ୍ରଚଳନ ହୋଇଥିଲା। ରୋମର ଜଣକ ରୋମୂ ଲସ୍ ଖ୍ରୀଷ୍ଟ ପୂର୍ବ ଅଷ୍ଟମ ଶତାବ୍ଦୀରେ ଏହି କ୍ୟାଲେଣ୍ଡର ର ପ୍ରଚଳନ କରିଥିଲେ।

ଏହି କ୍ୟାଲେଣ୍ଡର ରେ ଦଶ ମାସ ଓ ତିନିଶହ ଚାରିଦିନ ସ୍ଥାନ ପାଇଥିଲା।ପରେ ପରେ ଜୁଲିଅସ ସିଜର କିଛି ଜ୍ୟୋତିର୍ବିଦ ଓ ଗଣିତଜ୍ଞ ଙ୍କୁ ନେଇ ଏଥିରେ ଅନେକ ପରିବର୍ତନ କରିଥିଲେ ତାଙ୍କ ନାମ ଅନୁସାରେ ଜୁଲିଆନ କ୍ୟାଲେଣ୍ଡର ନାମ ରଖିଥିଲେ।ଏହି କ୍ୟାଲେଣ୍ଡର ରେ ଗୋଟିଏ ବର୍ଷକୁ ତିନିଶହ ପଂସଠି ଦିନ ରୂପେ ହିସାବ କରାଯାଉଥିଲା ଓ ଚାରିବର୍ଷରେ ଥରେ ଅଧିବର୍ଷ ପଡୁଥିଲା।ଏହି କ୍ୟାଲେଣ୍ଡର ଅନେକାଂଶରେ ବର୍ତ୍ତମାନର ଗ୍ରିଗୋରିଆଁ କ୍ୟାଲେଣ୍ଡର ସହ ସମାନ।ରୋମ ର ପ୍ରାରମ୍ଭ ଦେବତା ଜାନୁସ୍ ଙ୍କ ନାମ ଅନୁଯାୟୀ ଜାନୁଆରୀ ମାସକୁ ବର୍ଷର ପ୍ରଥମ ମାସ ଓ ଜାନୁଆରୀ ଏକ ତାରିଖକୁ ବର୍ଷର ପ୍ରଥମ ଦିବସ ରୂପେ ଗଣନା କରାଗଲା।ଏହାର ଅନେକ ବର୍ଷ ପରେ ପୋପ୍ ଗ୍ରିଗୋରୀ ୧୩ ଙ୍କ ନାମ ଅନୁସାରେ ଗ୍ରେଗୋରିଆନ କ୍ୟାଲେଣ୍ଡର ର ପ୍ରଚଳନ କରାଯାଉଛି ଯାହାକୁ ମଧ୍ୟ ପ୍ରାଚ୍ୟ ରକିଛି ଦେଶଙ୍କୁ ଛାଡ଼ି ସମସ୍ତ ଦେଶ ସେହି କ୍ୟାଲେଣ୍ଡର ଅନୁସାରେ ସମୟର ଗଣନା କରୁଛନ୍ତି।ଯାହାଫଳରେ ଜାନୁଆରୀ ଏକ ତାରିଖକୁ ନୂତନ ବର୍ଷର ପ୍ରଥମ ଦିନ ହିସାବରେ ଗଣନା କରାଯାଉଛି।ପୁରୁଣା ବର୍ଷକୁ ବିଦାୟ ଦେଇ ନୂତନ ବର୍ଷକୁ ସ୍ବାଗତ କଳବେଲେସମସ୍ତଙ୍କ ମନରେ ଅନେକ ଉତ୍ସାହ,ଉଦ୍ଦୀପନା ଜାଗି ଉଠେ।ନୂଆ ବର୍ଷରେ ଅନେକ କିଛି କରିବାର କଳ୍ପନା ମନରେ ଆସେ ଯାହାକୁ ଆସୁଥିବା ନୂତନ ବର୍ଷରେ ପୂରଣ କରିବାକୁ ପ୍ରତିଜ୍ଞା କରେ।ସମାଜର ଯେ କୌଣସି ବର୍ଗର ବ୍ୟକ୍ତି ହୁଅନ୍ତୁ ନା କାହିଁକି ନିଜ,ନିଜ କ୍ଷେତ୍ରରେ ଉନ୍ନତି କରିବା ପାଇଁ ଦୃଢ ସଂକଳ୍ପ ନେଇ ନୂତନ ବର୍ଷକୁ ସ୍ବାଗତ କରନ୍ତି।କେହି କେହି ଭୋଜି ଭାତ କରି ଆଉ କେହି କେହି ଭଗବାନ୍ ଙ୍କୁ ପ୍ରାର୍ଥନା କରି ନୂତନ ବର୍ଷକୁ ସ୍ବାଗତ କରିଥାନ୍ତି।

ଏବେ ଏବେ ପାଶ୍ଚାତ୍ୟ ସଭ୍ୟତା ଅନୁଯାୟୀ ଜିରୋ ଆୱାର କୁ ଖୁବ୍ ଧୁମ୍ ଧା ମ ରେ ପାଳନ କରୁଛନ୍ତି ଅନେକ ପ୍ରତି ବର୍ଷ ନୂତନ ବର୍ଷର ଆଗମନରେ ବର୍ଷଟି କିପରି କଟିବ ବୋଲିସମସ୍ତଙ୍କ ମନରେ ସ୍ବାଭାବିକ କୌତୁହଳ ଜାତ ହୁଏ।ରାଜ୍ୟ ଓ ଦେଶର ସାମାଜିକ,ରାଜନୈତିକ ଓ ଅର୍ଥନୈତିକ ପରିସ୍ଥିତି କିପରି ରହିବ ବୋଲି ନାନା ପ୍ରକାରର କଳ୍ପନା କଳ୍ପନା ପ୍ରକାଶ ପାଏ।ତେବେ ପୁରୁଣା ବର୍ଷର ସମସ୍ତ ତିକ୍ତତାକୁ ଭୁଲି ମଣିଷ ମଣିଷ ଭିତରେ ,ଦେଶ ଦେଶ ମଧ୍ୟରେ ଓ ଜାତି ଜାତି ମଧ୍ୟରେ ସଂହତି ସ୍ଥାପନ କରିବା ନିମନ୍ତେ ସମସ୍ତେ ଏକ ମନ ପ୍ରାଣ ହୋଇ ଉଦ୍ୟମ କରିବା ଉଚିତ୍। ସାମ୍ପ୍ରତିକ ପୁରୁଣା ବର୍ଷର ଭୟଙ୍କର ମହାମାରୀ କରୋନା ଯେପରି ତାର ତାଣ୍ଡବ ଲୀଳା ରଚିଲା ତାର ପରିଣାମ ସ୍ୱରୂପ ସମାଜ ଏକ ପ୍ରକାର ପଙ୍ଗୁ ଓ ଅଥର୍ବ ହୋଇସାରିଥିଲା ବେଳେ ନୂତନ ବର୍ଷ ସମସ୍ତଙ୍କ ମନରେ ଉତ୍ସାହ ଓ ବିଶ୍ଵାସ ଆଣିଛି କରୋନା କୁ ହରାଇବା ପାଇଁ। କରୋନାର ବିଦାୟ ଏକ ଆହ୍ବାନ ରୂପେ ଛିଡ଼ା ହୋଇଥିବା ବେଳେ “ସର୍ବେ ଭବନ୍ତୁ ସୁ ଖିନ ସର୍ବେ ସନ୍ତୁ ନିରାମୟ” ର ମନ୍ତ୍ର ସମସ୍ତଙ୍କ ହୃଦୟରେ ଗୁଞ୍ଜରିତ ହେଉ ଏହା ପ୍ରଭୁ ଜଗନ୍ନାଥ ଙ୍କ ନିକଟରେ ପ୍ରାର୍ଥନା।

ମିତାଲି ମହାନ୍ତି
Leave A Reply

Your email address will not be published.