ପାଲା ର ମହାନାୟିକା ଲକ୍ଷ୍ମୀପ୍ରିୟା ଦାଶ..

0
Bocca 728*90

ପୁରାତନ ରୁଢୀବାଦି ମଧ୍ୟଯୁଗୀୟ ଚଳିଆସୁଥିବା ପରମ୍ପରା ଯେଉଁଠି ସାମାଜିକ ପ୍ରଥା ଅନୂଯାୟୀ ସାମାଜିକ ଚଳନୀରେ ନାରୀର ସ୍ଥାନ ଗୌଣ ସେପରି ସ୍ଥଳେ ପାଲା ଭଳି ପ୍ରାଚୀନ ଲୋକସଂସ୍କୃତି ପରମ୍ପରାରେ ପୁରୁଷମାନଙ୍କ ଏକ ଚାଟିଆ ଅଧିକାର ଥିବା ବେଳେ ସେହି ସମସ୍ତ ଶୃଙ୍ଖଳାକୁ କାଟି ଲକ୍ଷ୍ମୀପ୍ରିୟା ଦାଶ ସାଜିଛନ୍ତି ଓଡିଶାର ପ୍ରମୂଖ ପାଲା ଗାୟିକା। ତାଙ୍କ ଅନନ୍ୟ ପ୍ରତିଭା କେବଳ ଓଡିଶା ନୁହଁ ଓଡିଶା ବାହାରେ ବିଭିନ୍ନ ରାଜ୍ୟ ଯଥା ଛତିଶ ଗଡ,ବିହାର, ପଶ୍ଚିମ ବଙ୍ଗ, ଦିଲ୍ଲୀ ରେ ପରିବେଶଣ କରି କ୍ଷାତି ଓ ସୁନାମ ଅର୍ଜନ କରିଛନ୍ତି । ବର୍ତ୍ତମାନ ସେ ଓଡିଶାର ( ମା ଉତ୍କଲବର୍ତ୍ତୀ ପାଲା ଗାୟିକା ଓ କଳାକାର ପରିସଦର) ସଭାପତି ପଦ ମଣ୍ଡନ କରିଛନ୍ତି ।୧୯୮୧ ମସିହାରେ ଜଗତସିଂହପୁର ସ୍ଥିତ ପ୍ରସିଦ୍ଧ ଦେବୀ ପିଠ ସାରଳା ର ଝଙ୍କଡ ନିକଟରେ ଅବସ୍ଥିତ ବାଲୁଙ୍କେଶ୍ୱର ଗ୍ରାମରେ ଏକ ମଧ୍ୟବିତ ବ୍ରାହ୍ମଣ ପରିବାରେ ଜ୍ୟୋଷ୍ଠ କନ୍ୟା ଭାବରେ ତାଙ୍କର ଜନ୍ମ । ୨୦୧୪ କେନ୍ଦ୍ରୀୟ ଉପାଧି ଉସ୍ତାଦ ବିସମିଲ୍ଲା ଖାନ ଯୁବ କଳାକାର ସହ, ୨୦୦୬ ରେ ଓଡିଶା ସଂଗୀତ ନାଟକ ଏକାଡେମୀ, ଦ୍ୱୀତିୟ ଭଞ୍ଜ ଗୋଲକ ସ୍ୱୃତି ସମ୍ମାନ, ଓଡିଶା ପାଲା ଗାୟକ ପରିଶଦ ସମ୍ମାନ ଆହୁରି ଅନେକ ସମ୍ମାନ ର ସେ ଅଧିକାରୀ ହୋଇଛନ୍ତି । ଦୁରଦର୍ଶନ ଓ ରେଡିଓ ରେ ପରିବେଶଣ କରିବା ସହ ରାଜ୍ୟରେ ବିଭିନ୍ନ ଜିଲ୍ଲା ସହର ,ଗ୍ରାମ ରେ ନିୟମିତ ଭାବେ ପରିବେଶଣ କରି ଆସୁଛନ୍ତି ।

ତିତିଲି: ପାଲା ସହ ଆପଣଙ୍କ ସମ୍ପର୍କ କିପରି ଗଢି ଉଠିଥିଲା ?
ଯେତେବେଳେ ମୁଁ ନବମ ଶ୍ରେଣୀରେ ପଢୁଥିଲି ଆମ ଗାଁ ରେ ପାଲାର ଆୟୋଜନ କରାଯାଇଥିଲା । ମୋ ଜେଜେମାଁ ଓ ମୁଁ ଦେଖିବାକୁ ଯାଇଥିଲୁ । ପାଲା ଦେଖି ମୋ ଜେଜେମାଁ ସେଦିନ ମନେ ମନେ ଠାଣି ନେଇଥିଲେ ମୋ ନାତୁଣିକୁ ପାଲା ଗାୟକ କରିବି । ସେ ଜିଦ କରି ମତେ ପାଲା ପାଳିଆ ଙ୍କ ପାଖକୁ ନେଇଜାଇଥିଲେ ଓ ମତେ ପାଲା ଶିଖେଇବାକୁ ଅନୁରୋଧ କରିଥିଲେ । ମୋ ବାପା ଏଥିରେ ନା ଖୁସ ଥିଲେ ।ଗୋଟିଏ ଝିଅ ହୋଇ କିପରି ପାଲା ଗାଇକା ହେବ? ବରଂ ପାଠ ପଢି ଚାକିରି କରିବା ଉଚିତ କିନ୍ତୁ ଜେଜେମାଙ୍କ ଜିଦ ଆଗରେ ତାଙ୍କର କିଛି ଚଳି ନଥିଲା ଶେଷରେ କେତେଜଣଙ୍କ ପରାମର୍ଶ କ୍ରମେ ସହମତି ପ୍ରଦାନ କରିଥିଲେ । ଏବଂ ମାଁ ସାରଳାଙ୍କ ସ୍ୱପ୍‌ନାଦେଶ କ୍ରମେ ମୁଁ ଏଥିରେ ପାଦ ଦେଇଥିଲି । ସେହି ଦିନ ଠାରୁ ମୋର ପାଲା ଶିକ୍ଷା ଆରମ୍ଭ ହୋଇଥିଲା । କିନ୍ତୁ ଦଶମ ପରେ ଆଉ ପାଠ ପଢିବାକୁ ସମୟ ପାଇନଥିଲି । ପାଲା ପାଇଁ ସଂସ୍କୃତ ଆବଶ୍ୟକତା ପଢୁଥିବା ଯୋଗୁଁ ସଂସ୍କୃତରେ ମଧ୍ୟମା ପାଶ କରିଥିଲି ।
ତିତିଲି: ଆପଣଙ୍କ ଗୁରଙ୍କ ବିଷୟରେ କୁହନ୍ତୁ ?
ପ୍ରଥମେ ଶଙ୍କର ଚରଣ ଦାଶଙ୍କ ପାଖରେ ଶିକ୍ଷା କରିଥିଲି କିନ୍ତୁ ପରବର୍ତ୍ତି ସମୟରେ ଗାୟକ ଶେଖର କେନ୍ଦ୍ର ଏକାଡେମୀ ଓ ରାଷ୍ଟ୍ରପତି ଙ୍କ ଦ୍ୱାରା ସମ୍ମାନିତ ଜଗନ୍ନାଥ ବେହେରାଙ୍କୁ ଗୁରୁ ରେୁପ ଗ୍ରଡଣ କରିଥିଲି । ସେ ଶିଖେଇବା ଆଗରୁ ଗୋଟିଏ କଥା କହିଥିଲେ, ଯେଉଁ ପର୍ଯ୍ୟନ୍ତ ମୁଁ ପାଲା ଗାୟିକାରେ ଶିଖର ପର୍ଯ୍ୟନ୍ତ ନ ପହଞ୍ଚି ଯାଏ ମୁଁ ତାଙ୍କ ନାମ ପ୍ରକାଶ କରିବି ନାହିଁ ।

ତିତିଲି:ମହିଳା ପାଲା ଗାୟକ ଭାବରେ ଆପଣଙ୍କୁ କେଉଁ ଭଳି ପ୍ରତିକ୍ରିୟା ର ସାମ୍ନା କରିବାକୁ ପଡିଥିଲା?
ଏହା ନିଶ୍ଚିତ ଆଶ୍ଚର୍ଯ୍ୟ କଥା ଯେ ମହିଳା ପାଲା ଗାୟିକା ଭାବେ ଦିନେ ଭି କାହାଠାରୁ ପଦେ କଥା ଶୁଣିନି । ମୁଁ ଯେଉଁଠି ଯାଏ ସେହି ଗାଁ ର ମାଁ ମାନେ ଓ ବୟସ୍କ ଲୋକ ମାନଙ୍କୁ ଠୁ ଢେର ଆର୍ଶୀବାଦ ପାଇଛି ଏହା ନିଶ୍ଚିତ ରୁପେ ମାଁଙ୍କ ଆର୍ଶୀବାଦ ବୋଲି ଭାବୁଛି ।


ତିତିଲି:ବିଶେଷ ଅନୁଭୂତ ଗୁଡିକ କଣ?
ମୋ ପ୍ରଥମ ଅନୁଭୁତି ହେଲା ମୋ ପ୍ରଥମ ପରିବେଶଣ ଗୋଟଏ ମନ୍ଦିରରେ ଆୟୋଜିତ ହୋଇଥିଲା । ମାଙ୍କୁ ଫୁଲ ହାର ଚଢେଇ ଷ୍ଟେଜ ରେ ପରିବେଶଣ ଆରମ୍ଭ କରିଥିଲି ,ମୋ ପରିଶେଣରେ ଗାଁ ଲୋକ ମୁଗ୍ଧ ହୋଇ ମୋ ବେକରେ ମାଁଙ୍କ ଠାରେ ଖସି ପଡିଥିବା ମୋ ଚଢା ଫୁଲ ହାରକୁ ପକାଇବା ସହ ଟଙ୍କାର ହାର ଚଢେଇ ଥିଲେ ଏହା ମୋର ପ୍ରଥମ ଏବଂ ବିଶେଷ ଅନୂଭୁତି ଥିଲା । ଦ୍ୱତୀୟ ବିଶେଷ ଅନୂଭୁତି ଥିଲା ବାଙ୍କିର ତ୍ରୀଶୁଳିଆ ଗ୍ରମରେ ଅନୁଷ୍ଠିତ ବାଦି ପାଲାରେ ଆମର ରାତି ଦୁଇଟାରେ ପାଳି ଥିଲା କିନ୍ତୁ ବହୁତ ରାତି ହୋଇଯାଇଥିବା ଯୋଗୁଁ ଦର୍ଶକ ଖୁବ କମ ଥିଲେ ଏବଂ ସେମାନେ ଢୁଳଉଥିଲେ ଏହା ଦେଖି ମୁଁ ନିରାଶ ହୋଇ ଭଲ ପରିବେଶଣ କରିନଥିଲି । ତାପର ଦିନ ଗାଁ ସଦସ୍ୟମାନେ ମତେ ସେଠୁ ବିଦା କରି ଅନ୍ୟ ଜଣେ ପାଲା ଗାଇକା କୁ ଆଣିବା ପାଇଁ ନିଷ୍ପତି ନେଲେ ଏହା ଦେଖି ମୁଁ ଦୁଃଖରେ ଭାଙ୍ଗି ପଡିଥିଲି ଆଉ ନ ଗାଇବାକୁ ନିଷ୍ପତି ନେଇଥିଲି କିନ୍ତୁ ବହୁତ ଅନୁରୋଧ ପରେ ଗୋଟିଏ ଦିନ ପାଇଁ ରାଜି ହେଲେ । ମୋର ପରିବେଶଣ ଏପରି ହେଲାଯେ ଶେଷରେ ବିଜୟର ମାଳା ଆମକୁ ପିନ୍ଧାଇବାକୁ ପଡିଥିଲା । ତାପରେ ମୁଁ ଆଉ କେବେ ପଛକୁ ଫେରି ଚାହିଁ ନାହିଁ ।
ତିତିଲି:ପାଲା ପାଇଁ ପ୍ରସ୍ତୁତି କିପରି କରନ୍ତି?
ସାହିତ୍ୟ ,ସଂସ୍କୃତି, ଇତିହାସ,ରାମାୟଣ,ମହାଭାରତ,ହରିବଂଶ, ଚଣ୍ଡିପୁରାଣ ସହ ସାମ୍ପ୍ରତିକ ସମାସ୍ୟା ,ମା , ଛୁଆ ପରିବାର ଶିକ୍ଷା, ସାମାଜିକ ଶିକ୍ଷା ବିଷୟବସ୍ତୁ ଉପରେ ପଦ୍ୟ ରଚନା କରାଯାଇ ଗାୟନ କରାଯାଏ । ଯାଜପୁର ଜିଲ୍ଲାର କବି କୃଷ୍ଣ ପ୍ରସାଦ ବସୁଙ୍କ ପଦ୍ୟକୁ ପାଲା ଗାୟିକାରେ ପରିବେଶଣ କରିଥାଉ କିନ୍ତୁ ବର୍ତ୍ତମାନ ଆମେ ନିଜେ ବିଷୟ ବସ୍ତୁ ସଂଗ୍ରହ କରି ନିଜେ ପାଲା ପାଇଁ ପଦ୍ୟ ରଚନା କରୁଛୁ । ଦିନକୁ ଅତି କମରେ ଛଅ ଘଣ୍ଟା ପଢିବାକୁ ପଡେ । ସଂସ୍କୃତ ଭାଷାରେ ଲିଖିତ ପୁରାତନ କଥା ବସ୍ତୁ, ଅଭିମନ୍ୟୁ ସାହିତ୍ୟ,ଭଞ୍ଜ ସାହିତ୍ୟ ଉପରେ ଗଭୀର ଅଧ୍ୟୟନ କରିବାକୁ ପଡୁଛି ।
ତିତିଲି:କେନ୍ଦ୍ର ବିସମିଲ୍ଲା ଖଁ ଯୁବ ପ୍ରତିଭା ସମ୍ମାନ ପ୍ରାପ୍ତ କରିଛନ୍ତି ଏହାର ଅନୂଭୁତି କିପରି ଥିଲା ?
୨୦୧୪ ଡେସେମ୍ବର ୭ ତାରିଖରେ ମଣିପୁରରେ ଅନୂଷ୍ଠିତ ଏହି ପ୍ରତିଯୋଗିତାରେ ଆମକୁ ୧୫ ମିନଟ ସମୟ ଦିଆଯାଇଥିଲା କିନ୍ତୁ ଏତେ କମ ସମୟରେ ପାଲା ପରିବେଶଣ କରିବା କଠିନ ଥିଲାଏବଂ ଅନୁରୋଧ ପରେ ଭି ସମୟ ବଢାଇବା ପାଇଁ ରାଜି ହୋଇନଥିଲେ କିନ୍ତୁ ପରିବେଶଣ ଆରମ୍ଭ ହେବା ପରେ ସେମାନେ ମନ୍ତ୍ର ମୁଗ୍ଧ ହୋଇଏହାର ସମୟ ସ୍ୱତଃ ୪୦ ମିନଟ ବଢେଇଦେଇଥିଲେ। ।
ତିତିଲି:ଅବିବାହିତ ହୋଇ ରହିବାକୁ ସଙ୍କଳ୍ପ ନେଇଛନ୍ତି ଏହାର କାରଣ କଣ?
ମୋ ଜୀବନ ପାଲା ପାଇଁ ଉତ୍ସର୍ଗ । ପାଲା ହିଁ ମୋର ଏକ ମାତ୍ର ଜୀବନର ଉଦ୍ଧେଶ୍ୟ । ଏହାର ଚରମ ଏବଂ ପରମ ବିକାଶ କରିବା ଓ ନିଜ ରାଜ୍ୟ ସହ ଦେଶ ବିଦେଶରେ ଏହାର ପ୍ରସାର କରିବା ପାଇଁ ମୁଁ ସଙ୍କଳ୍ପ ବଦ୍ଦ ।
ତିତିଲି:ଆପଣଙ୍କ କଳାକାର ମାନଙ୍କୁ ସନ୍ଦେଶ କଣ?
ମୁଁ କଳାକାର ମାନଙ୍କୁ ବିଶେଷ ଅନୁରୋଧ କରିବାକୁ ଚାହେଁ , ଆମ କଳା ସଂସ୍କୃତିକୁ ଅପଭ୍ରଂଶ କର ନାହିଁ । ଶସ୍ତା ଲୋକପ୍ରିୟତା ପାଇଁ ପାଲା ଗାୟିକାରେ ବିଭିନ୍ନ ଅପଶଦ୍ଧ ବ୍ୟବହାର କରାଯାଉଛି ଯାହା ଆମ ପ୍ରଚୀନ ସଂସ୍କୃତିର ଅପମାନ । ଏହାକୁ ଯଥାଶ୍ରୀଘ୍ର ନିୟନ୍ତ୍ରଣ କରାଯାଉ ।

ଅନୁରାଧା ଦାଶ
Leave A Reply

Your email address will not be published.