ପୋଲିସ୍ ଏଫ୍ଆଇଆର୍ ଗ୍ରହଣ ନକଲେ କରିବା କ’ଣ?

0
Bocca 728*90

ଆମ ସହ କିଛି ଘଟଣା ଘଟୁ କି ପରିବାର ଲୋକ ଙ୍କ ସହ ସର୍ବ ପ୍ରଥମେ ଆମେ ପୋଲିସ୍ ଷ୍ଟେସନ୍ ଯାଇ ଏଫ୍ଆଇଆର୍ ଦେଇଥାଉ। କିନ୍ତୁ ବେଳେ ବେଳେ ଆମ ସାମ୍ନା କୁ ଏପରି ସ୍ଥିତି ଆସିଥାଏ,ପୋଲିସ ଏଫ୍ଆଇଆର୍ ଗ୍ରହଣ କରି ନଥାଏ,ତେବେ ଏଭଳି ଏକ ସ୍ଥିତି ରେ ଆପଣ କରିବେ କ’ଣ ଆସନ୍ତୁ ସବିଶେଷ ରେ ଜାଣିବା…
ଆମ ସହ ବେଳେ ବେଳେ ଘଟଣା ଘଟିଯାଇଥାଏ କିମ୍ବା ଘଟିବାକୁ ଯାଉଥାଏ ଏଭଳି ପରିସ୍ଥିତି ରେ ଆମେ କାହାର ନା କାହାର ସାହାଯ୍ୟ ଲୋଡିଥାଉ।ସର୍ବପ୍ରଥମେ ଆମେ ପୋଲିସ୍ ଷ୍ଟେସନ୍ ଯାଇଥାଉ, ଏଫ୍ଆଇଆର୍ ଲେଖିବା ପାଇଁ।ସେପରି ସ୍ଥଳେ ଯଦି ପୋଲିସ୍ ଅଫ୍ଆଇଆର୍ ଗ୍ରହଣ କରୁନାହିଁ ତେବେ ଆପଣ କେଉଁ କେଉଁ ଷ୍ଟେପ୍ ନେବେ ଓ ଆପଣ ଙ୍କ ସମସ୍ୟା ର ସମାଧାନ କରିପାରିବେ।


ସୁପ୍ରିମକୋର୍ଟ ର ନିଷ୍ପତ୍ତି ଅନୁଯାୟୀ :- ଯଦି କୌଣସି ବ୍ୟକ୍ତି ପୋଲିସ୍ ଷ୍ଟେସନ୍ କୁ ଏଫ୍ଆଇଆର୍ ଦେବାକୁ ଆସୁଥାଏ ତା’ର ବୟାନ କୁ ପୋଲିସ୍ ଅଫ୍ଆଇଆର୍ ଭାବେ ରଖି ତା’ ଉପରେ କାର୍ଯ୍ୟକାରୀ କରିବା କଥା।ଯଦି ପୋଲିସ୍ ଅଫ୍ଆଇଆର୍ ରେଜିଷ୍ଟର କରିବାକୁ ମନା କରେ କାରଣ ଯଦି ପୋଲିସ ପୋଲିସ୍ କୌଣସି ଏଫ୍ଆଇଆର୍ ରେଜିଷ୍ଟର କରୁଛି ତା’ପରେ ସେ ଏଫ୍ଆଇଆର୍ କୁ କୋର୍ଟ ରେ ହାଜିର କରିବାକୁ ପଡେ।ଯେପର୍ଯ୍ୟନ୍ତ କୋର୍ଟ ରେ କେସ ସମାପ୍ତ ହୋଇନଥାଏ ସେ ପର୍ଯ୍ୟନ୍ତ ଇନଭେସ୍ଟିଙ୍ଗ ଅଫିସର କୁ ସମ୍ପୂର୍ଣ୍ଣ କେସ ର କାମ କରିବାକୁ ପଡିଥାଏ ।ଏଭଳି ସ୍ଥଳେ ଅନେକ ପୋଲିସ ଅଫିସର ଅଫ୍ଆଇଆର୍ ଗ୍ରହଣ କରିବାକୁ ରାଜି ହୋଇନଥାନ୍ତି।ସେଥିପାଇଁ ସାଧାରଣ ଲୋକଙ୍କ ମନରେ ଏକ ଧାରଣା ହୋଇଯାଏ ସମସ୍ତ ପୋଲିସ ଅଫିସର ଏକପ୍ରକାର ର।ଯେଉଁଥିପାଇଁ ସାଧାରଣ ନାଗରିକ ତା’ର ଅଧିକାର ହରାଇଥାଏ।ଯଦି ଭାବୁଛନ୍ତି ସବୁ ପୋଲିସ ଅଫିସର ସମାନ ତେବେ ଆପଣ ମଧ୍ୟ ମନ ମଧ୍ୟରେ ଏକ ଦୃଢ ନିଷ୍ପତ୍ତି ନିୟନ୍ତୁ ଆପଣ ଆପଣଙ୍କ ଅଧିକାର କୁ ହରାଇବେ ନାହିଁ।ଯଦି ପୋଲିସ ଅଫ୍ଆଇଆର୍ ଗ୍ରହଣ କରୁ ନାହିଁ ତେବେ ଘରକୁ ଆସି ନିଜେ ଅଫ୍ଆଇଆର୍ କୁ କାଗଜ ରେ ଲେଖି ଆପଣ ଙ୍କ ପୋଲିସ୍ ଷ୍ଟେସନ୍ ର ଏସ୍.ପି ଙ୍କ ପାଖକୁ ପୋଷ୍ଟ ରେ ପଠାଇ ଦିଅନ୍ତୁ।ଯଦି ଚାହୁଁଥାନ୍ତି ତେବେ ସେହି ସମାନ କପି କୁ ମୁଖ୍ୟ ସଚିବଙ୍କୁ ପଠାଇପାରିବେ।
ଦ୍ଵିତୀୟରେ ଯଦି ପୋଲିସ ଆପଣ ଙ୍କୁ ଲାଞ୍ଚ ନେଲେ ହିଁ ଏଫ୍ଆଇଆର୍ ଗ୍ରହଣ କରିବ ବୋଲି କହିଥାଏ ସେଭଳି ସ୍ଥଳେ ଆପଣ ଆପଣଙ୍କ କପିକୁ ଭିଜିଲାନ୍ସ ଙ୍କ ପାଖକୁ ପଠାନ୍ତୁ।ଏପରି କପି ପଠାଇବା ଦ୍ୱାରା ସିନିଅର ପୋଲିସ ଅଫିସର ସେହି କପି କୁ ଆପଣ ଯାଇଥିବା ଥାନା କୁ ପଠାଇବେ ଓ ଉକ୍ତ ପୋଲିସ୍ ଆପଣ ଙ୍କ ଅଫ୍ଆଇଆର୍ କୁ ଗ୍ରହଣ କରି ତା ଉପରେ କାମ କରିବାକୁ ବାଧ୍ୟ ହେବେ।
ଯଦି ଆପଣ ପୋଷ୍ଟରେ ଅଭିଯୋହ ପଠାଇ ସାରିଛନ୍ତି ତଥାପି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନି,ତେବେ ଅନଲାଇନ ମାଧ୍ୟମରେ ଏଫଆଇଆର ଦେଇପାରିବେ।
ଆପଣ ଏତେ ସବୁ କରିବା ପରେ ମଧ୍ୟ କିଛି ଯଦି ଫାଇଦା ହେଉନାହିଁ ,ଆପଣ ଆଇନଜୀବୀ ଙ୍କ ସହ ପରାମର୍ଶ କରନ୍ତୁ।ଆପଣଙ୍କ ଅଭିଯୋଗ କୁ ଆଇନଜୀବୀ ମାଜିଷ୍ଟ୍ରେଟ୍ ଙ୍କ ସାମ୍ନା କୁ ନେଇପାରିବେ।ସେଠାରେ ପିଟିସନ ଲଗାଇପାରିବେ ଓ ଏଫ୍ଆଇଆର୍ ରେଜିଷ୍ଟର କରିବାର ନିର୍ଦ୍ଦେଶ ମଧ୍ୟ ପାଇପାରିବେ।

ତେବେ ଆପଣ ହତାଶ ନ ହୋଇ ଏସବୁ ସମ୍ୟକ୍ ଜ୍ଞାନ ରଖିଲେ ଆପଣ ଆପଣଙ୍କ ଅଧିକାରରୁ ବଂଚିତ ହେବେ ନାହିଁ।

ଆଡଭୋକେଟ୍ ସ୍ନିଗ୍ଧା ତ୍ରିପାଠୀ
Leave A Reply

Your email address will not be published.