ମହାଶିବରାତ୍ରୀ ର ମହିମା…

0
Bocca 728*90

ମାଘ ଫାଲଗୁନ ଉଭୟର ମଧ୍ୟବର୍ତ୍ତୀ କୃଷ୍ଣ ଚତୁର୍ଦ୍ଦଶୀ କୁ ଶିବରାତ୍ରୀ କୁହାଯାଏ । ଏହି ତିଥି ନିଖିଳ ଯଜ୍ଞ ଅପେକ୍ଷା ପ୍ରଧାନ ଏହି ଦିନରେ ଶିବଙ୍କ ଆରାଧନା ବିଶେଷ ଫଳପ୍ରଦ ।

ମହାଶିବରାତ୍ରୀ କାହିଁକି ପାଳନ କରାଯାଏ ?

୧-ଶିବରାତ୍ରି ଅର୍ଥାତ୍ ଶିବଙ୍କ ରାତ୍ରୀ ।ପୌରାଣିକ କଥା ଅନୁସାରେ ଏହି ଦିନ ଶିବ ଓ ପାର୍ବତୀଙ୍କ ବିବାହ ହେଇଥିଲା ।ଫାଲଗୁନ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥିରେ ଏହି ଉତ୍ସବ ପାଳନ କରାଯାଏ ।

୨-ଆଉ ଏକ କିମ୍ବଦନ୍ତୀ ହେଉଛି ଯେ ଦେବୀ ଗଙ୍ଗା ସମ୍ପୂର୍ଣ୍ଣ ଶକ୍ତିରେ ସ୍ୱର୍ଗରୁ ଓହ୍ଲାଇବାବେଳେ ଭଗବାନ ଶିବ ତାଙ୍କୁ ନିଜ ଜଟରେ ଧରି ପୁଣି ପୃଥିବୀକୁ ବିଭିନ୍ନ ଧାରାରେ ଗଙ୍ଗାଙ୍କୁ ଛାଡ଼ିଲେ ଏହା ପୃଥିବୀକୁ ବିନାଶରୁ ରୋକିଥିଲା | ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ସ୍ୱରୂପ ଶିବଲିଙ୍ଗ ଏହି ଶୁଭ ରାତିରେ ସ୍ନାନ କରାଯାଏ।

୩- ଭଗବାନ ଶିବ ତମୋଗୁଣ ପ୍ରଧାନ ସଂହାରର ଦେବତା ।ତେଣୁ ତମୋମୟୀ ରାତ୍ରୀରେ ତାଙ୍କର ସ୍ନେହ ଅଧିକ । ରାତ୍ରୀ ସଂହାର କାଳର ପ୍ରତିନିଧିତ୍ଵ କରେ ।କୃଷ୍ଣ ପକ୍ଷର ଚତୁର୍ଦ୍ଦଶୀ ତିଥିରେ ରାତ୍ରିର ଆକାଶ ସମ୍ପୂର୍ଣ ଭାବେ ଅନ୍ଧକାର ହୋଇଯାଇଥାଏ । ଜୀବ ଜଗତର ଜୀବମାନଙ୍କ ମଧ୍ୟରେ ସେଦିନ କୃଷ୍ଣ ପକ୍ଷ ରାତ୍ରୀରେ ତାମୋଗୁଣ ବୃଦ୍ଧି ପାଇଥାଏ ।ଯେପରି ପାଣି ଆସିବା ପୂର୍ବରୁ ନଈରେ ବନ୍ଧ ତିଆରି କରାଯାଏ ସେହିପରି ଚନ୍ଦ୍ରକ୍ଷୟର ସୁନେଲି ଚନ୍ଦ୍ର କିରଣ ଆସିବା ପୂର୍ବରୁ ସେହି ତାମସୀ ପ୍ରବୃତ୍ତି ର ନିବାରଣ ପାଇଁ ଭଗବାନ ଶିବ ଶଙ୍କର ଙ୍କ ପୂଜା ଆରାଧନା ଶାସ୍ତ୍ରକାର ମାନେ ପ୍ରଚଳନ କରିଛନ୍ତ ।

୪- ଲିଙ୍ଗ ପୁରାଣ ତଥା ଶିବ ପୁରାଣ ବର୍ଣ୍ଣନା ଅନୁସାରେ ଏହି ତିଥିରେ ଭଗବାନ୍ ଲିଙ୍ଗ ରୂପେ ଆବିର୍ଭୂତ ହୋଇଥିଲେ ।

୫- ଆହୁରି ମଧ୍ୟ ଉଲ୍ଲେଖ ଅଛି ଏହି ଯେତେବେଳେ ଦୈତ୍ୟ ଓ ଦେବତାଙ୍କ ଭିତରେ ସମୁଦ୍ର ମନ୍ଥନ ହେଲା ସେଥିରୁ ଯେଉଁ ବିଷ ଉତ୍ପନ ହେଲା ତାହା ଅତି ଭୟାନକ ଥିଲା ସମସ୍ତଙ୍କୁ ରକ୍ଷା କରିବାକୁ ଭଗବାନ ଶିବଶଙ୍କର ସେହି ହଳାହଳ ବିଷକୁ ପାନ କରିବାରୁ ତାଙ୍କ କଣ୍ଠ ନୀଳ ହେଇଗଲା ଏବଂ ତାଙ୍କ ନାମ ନୀଳକଣ୍ଠ ହେଲା ହେଲେ ସେଇ ବିଷ ପାନ ଏହା ଏହି ଫାଲଗୁନ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀରେ ହୋଇଥିଲା ତେଣୁ ତାଙ୍କ ଶ୍ରଦ୍ଧା ଓ ଭକ୍ତି ଅଞ୍ଜଳି ଅର୍ପଣ କୃତଜ୍ଞତା ଅର୍ପଣ ପାଇଁ ଏହି ଶିବରାତ୍ରି ବ୍ରତ ପାଳନ କରାଯାଏ ।

ଶାସ୍ତ୍ରରେ ଶିବରାତ୍ରି ପାଳନର ମହିମା କଣ କୁହାଯାଇଛି ?

(ସୌରୋ ବା ବୈଷ୍ଣବୋ ବାନ୍ୟୋ ନାରାୟଣ ପରାୟଣାଃ
ନ ପୂଜା ଫଳ ମାପ୍ନୋତି ଶିବରାତ୍ରି ବହିର୍ମୁଖଃ)
(ପଦ୍ମ ପୁରାଣ – ବ୍ରତଖଣ୍ଡ )

ଏହାର ଅର୍ଥ ହେଲା – କି ସୂର୍ଯ୍ୟ ଉପାସକ, କି ବୈଷ୍ଣବ ,କି ଅନ୍ୟଦେବ ଉପାସକ ,ଯେ କେହି ବି ହେଉ ଶିବରାତ୍ରି ବ୍ରତ ନକଲେ ତାହାର କୌଣସି ପୂଜା କାମନା ଫଳବତୀ ହୁଏନା । ଅତଏବ ସମସ୍ତେ ଶିବରାତ୍ରି ବ୍ରତ ଅବଶ୍ୟ ପାଳନ କରିବା ଉଚିତ।

Leave A Reply

Your email address will not be published.