ସ୍ତନ କର୍କଟ ସଚେତନତା… ଷ୍ଟେଜ ଫୋର୍ ପୁସ୍ତକ ଉନ୍ମୋଚିତ

0

ମହିଳାମାନଙ୍କ କ୍ଷେତ୍ରରେ ସ୍ତନ କର୍କଟର ଲକ୍ଷଣ ବଢିବାରେ ଲାଗିଛି । ଏହି ରୋଗ ପ୍ରତିବର୍ଷ ୨.୧ ନିୟୁତ ମହିଳାଙ୍କୁ ପ୍ରଭାବିତ କରିଥାଏ । ପ୍ରାୟ ୧୫% ମହିଳା କର୍କଟ ଜନିତ ମୃତ୍ୟୁର ଶିକାର ହୋଇଥାନ୍ତି । ତେବେ ଏନେଇ ଆନ୍ତର୍ଜାତୀକ ରୋଟାରୀ କ୍ଲବ୍ ୩୨୬୨ ଜିଲ୍ଲା ଏବଂ ରୋଟାରୀ କ୍ଲବ୍ ଅଫ୍ ଭୁବନେଶ୍ୱର ସ୍ମାଇଲ୍ ପକ୍ଷରୁ ସ୍ତନ କର୍କଟ ସଚେତନତା ସହିତ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ରୋଟାରୀ କ୍ଲବ୍ ୩୨୬୨ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଶ୍ରୀ. ସୋମ୍ୟ ରଞ୍ଜନ ମିଶ୍ର ଓ ଆର୍‌ସିବି ସ୍ମାଇଲ୍ କ୍ଲବ୍ ସଭାପତି ଶ୍ରୀ. ଲଳିଟେନ୍ଦୁ ମହାନ୍ତିଙ୍କ ଦ୍ୱାରା ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା ।

ଭୁବନେଶ୍ୱର ପଦ୍ମଜା କନ୍‌ଭେନ୍‌ସନ୍‌ରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସ୍ମରଣୀୟ କରିବା ପାଇଁ ରୋଟାରୀ କ୍ଲବ୍ ସ୍ମାଇଲ ସଦସ୍ୟ ସୋମ୍ୟ ମହାନ୍ତିଙ୍କ ଦ୍ୱାରା ଲିଖିତ “ଷ୍ଟେଜ୍‌-ଫୋର୍: ପ୍ରେମ, ଆଘାତ ଓ ମୁକ୍ତି” ଶୀର୍ଷକ ଏକ ପୁସ୍ତକ ଉନ୍ମୋଚନ କରାଯାଇଛି । ଆନ୍ତର୍ଜାତୀକ ରୋଟାରୀ କ୍ଲବ୍‌ର ଆଗାମୀ ବର୍ଷ ପାଇଁ ନିର୍ବାଚିତ ସଭାପତି ଶେଖର୍ ମେହେଟ୍ଟା, ଆନ୍ତର୍ଜାତୀକ ରୋଟାରୀ କ୍ଲବ୍‌ର ନିର୍ବାଚିତ ନିର୍ଦ୍ଦେଶକ ଡ. ମହେଶ କୋତ୍‌ବାଗି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁସ୍ତକ ଉନ୍ମୋଚନ କରିଥିଲେ ।

ବେଙ୍ଗାଲୁରୁ ଫୋର୍ଟିଜ୍ ହସ୍ପିଟାଲ୍ ନିର୍ଦ୍ଦେଶକ ଡ. ନୀତି ରାଇଯାଦା ମୁଖ୍ୟ ବକ୍ତାଭାବେ ଯୋଗ ଦେବା ସହ ବଲିଉଡ୍ ନିର୍ଦ୍ଦେଶକ ମଣି ଶଙ୍କର ଓ ଓଡିଆ ଅଭିନେତା ସବ୍ୟସାଚୀ ମିଶ୍ର ପ୍ରମୁଖ ସମ୍ମାନିତ ଅଥିଥି ଭାବେ ଯୋଗ ଦେଇଥିଲେ । ସାରା ବିଶ୍ୱରୁ ରୋଟାରୀ କ୍ଲବ୍‌ର ସଦସ୍ୟଙ୍କ ସମେତ ପୂର୍ବରୁ ଦାୟିତ୍ୱରେ ଥିବା ପ୍ରତ୍ୟେକ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଭିଡିଓ କଲ୍ ମାଧ୍ୟମରେ ଯୋଡି ହୋଇଥିଲେ । ଭୁବନେଶ୍ୱର ରୋଟାରୀ କ୍ଲବ୍ ୩୨୬୨ର ପୁର୍ବ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣରମାନେ ମଧ୍ୟ ସଭାସ୍ଥଳରେ ଉପସ୍ଥିତ ଥିଲେ ।

ଏହି ଅବସରରେ ଲେଖକ ସୋମ୍ୟ ମହାନ୍ତି ପ୍ରତିଶୃତି ଦେେଇ କହିଛନ୍ତି ଯେ, “ରୋଟାରୀ କ୍ଲବ୍‌ର ୭ଟି କାର୍ଯ୍ୟ କ୍ଷେତ୍ରରୁ ସ୍ତନ କର୍କଟ ବିଷୟରେ ସଚେତନତା ସୃଷ୍ଟି କରି ରୋଗ ନିରାକଣଣ କରିବା ହେଉଛି ଏକ ମୁଖ୍ୟ କାର୍ଯ୍ୟ କ୍ଷେତ୍ର । ବହି ବିକ୍ରିର ସମ୍ପୂର୍ଣ୍ଣ ଲାଭାଂଶ ରୋଟାରୀ କ୍ଲବକୁ ପ୍ରଦାନ କରାଯିବ । ଯାହା ସ୍ତନ କର୍କଟ ରୋଗର ନିରାକରଣ ଭଳି ମହାନ କାର୍ଯ୍ୟରେ ନିବେଶ ହୋଇପାରିବ ।”

Leave A Reply

Your email address will not be published.