ଜାତୀୟ ଯୁବ ଦିବସ 2021 : ସୁପ୍ତ ଯୁବଶକ୍ତିକୁ ଜାଗ୍ରତ କରିବାକୁ ହେବ

0

ଆଜି ହେଉଛି ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀ । ତାଙ୍କ ଜୟନ୍ତୀରେ ଦେଶ ଆଜି ଜାତୀୟ ଯୁବ ଦିବସ ପାଳନ କରୁଛି । ଯୁବଶକ୍ତିର ଉତଥାନ ଦିଗରେ ତାଙ୍କର ଅବଦାନକୁ ସ୍ବୀକୃତି ଦେଇ ଭାରତ ସରକାର 1984 ମସିହାରୁ ଜାନୁଆରି 12କୁ ଜାତୀୟ ଯୁବ ଦିବସ ଭାବେ ପାଳନ କରୁଛନ୍ତି ।

ସମଗ୍ର ବିଶ୍ବରେ ଭାରତକୁ ଏକ ତରୁଣ ରାଷ୍ଟ୍ର ବୋଲି କୁହାଯାଉଛି । କାରଣ ଭାରତର ପ୍ରାୟ 65 ପ୍ରତିଶତ ଜନତାଙ୍କ ବୟସ 35 ବର୍ଷରୁ କମ । ଏଣୁ ଯୁବସମାଜ ହେଉଛନ୍ତି ଭାରତର ଶକ୍ତି ଓ ଭବିଷ୍ୟତ । ଏଣୁ ଭାରତ ସମ୍ମୁଖୀନ ହେଉଥିବା ଆହ୍ବାନର ମୁକାବିଲା କରିବାକୁ ହେଲେ ଆମକୁ ସ୍ବାମୀ ବିବେକାନନ୍ଦଙ୍କ ବାଣୀକୁ ପାଳନ କରି ଯୁବ ସମାଜକୁ ସଶକ୍ତ କରିବାକୁ ହେବ ।

ସ୍ବାମୀଜୀ କହୁଥିଲେ ଯୁବଶକ୍ତିକୁ ଜାଗ୍ରତ କରି ଦେଶକୁ ଆଗକୁ ନେଇହେବ । ଏଥିପାଇଁ ଆମକୁ ଯୁବଶକ୍ତିକୁ ସଚେତନ ଓ ସଶକ୍ତ କରିବାକୁ ହେବ ।

ଯୁବକମାନଙ୍କୁ ସ୍ୱାମୀ ବିବେକାନନ୍ଦ ଥରେ କହିଥଲେ, “ତୁମେ ଯାହା ଭାବୁଛ, ତୁମେ ହେବ । ଯଦି ତୁମେ ନିଜକୁ ଦୁର୍ବଳ ବୋଲି ଭାବୁଛ, ତୁମେ ଦୁର୍ବଳ ହୋଇଯିବ, ଯଦି ନିଜକୁ ଶକ୍ତିଶାଳୀ ବୋଲି ଭାବୁଛ, ତୁମେ ଶକ୍ତିଶାଳୀ ହେବ ।  ସେ ଆହୁରି ମଧ୍ୟ କହିଛନ୍ତି, “ଉଚ୍ଚକୁ ଦେଖ, ଉଚ୍ଚ ଲକ୍ଷ୍ୟ ରଖ, ଏବଂ ତୁମେ ସର୍ବୋଚ୍ଚ ସ୍ତରରେ ପହଞ୍ଚିବ।”

ଯୁବକମାନଙ୍କ ପ୍ରତି ତାଙ୍କର ବାର୍ତ୍ତା ସରଳ କିନ୍ତୁ ଶକ୍ତିଶାଳୀ ଥିଲା । ବିବେକାନନ୍ଦ ତାଙ୍କ ଧାରଣାକୁ ସିଧାସଳଖ ଲୋକମାନଙ୍କ ନିକଟରେ ପହଞ୍ଚାଇଥିଲେ । ତାଙ୍କର ବାର୍ତ୍ତା ଜାତି ଏବଂ ଧର୍ମର ଶିକୁଳି ଭାଙ୍ଗି ସର୍ବଭାରତୀୟ ଭାଇଚାରାର ଭାଷା କହୁଥିଲା । ସେ ଯାହା କହିଛନ୍ତି ତାହା ଆଜି ଆମ ଦେଶର ଯୁବକମାନଙ୍କ ପାଇଁ ମହତ୍ବ ବହନ କରୁଛି ।

Leave A Reply

Your email address will not be published.