step relationship : କିଏ କହିଲା ଷ୍ଟେପ୍ ସମ୍ପର୍କରେ ପ୍ରେମ ନାହିଁ, ବି-ଟାଉନର ଏହି ଭାଇ ଓ ଭଉଣୀମାନଙ୍କୁ ଦେଖନ୍ତୁ …
ଭାଇ ଓ ଭଉଣୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କର ପ୍ରତୀକ ରକ୍ଷାବନ୍ଧନ। ଚଳିତ ବର୍ଷ ଦୁଇ ଦିନ ପଡୁଥିବାରୁ କିଛି ଲୋକ ଗତକାଲି ଏବଂ ଅନ୍ୟ କିଛି ଲୋକ ଆଜି ରକ୍ଷାବନ୍ଧନ ପାଳନ କରୁଛନ୍ତି। ଏହି ପର୍ବ ଭାଇ-ଭଉଣୀ ମଧ୍ୟରେ ମଧୁରତା ଆଣିବା ସହ ସମ୍ପର୍କକୁ ଆହୁରି ଦୃଢ ବା ମଜବୁତ କରିଥାଏ। କିନ୍ତୁ କୁହାଯାଏ ଷ୍ଟେପ୍ ରିଲେସନ୍ ବା ସାବତ ସମ୍ପର୍କରେ ପ୍ରେମ ନଥାଏ। ସାବତ ଭାଇ ଭାଉଣୀମାନଙ୍କ ମଧ୍ୟରେ ମନମାଳିନ ଥାଏ। କିନ୍ତୁ ଏହି କଥାଟିକୁ ଭୁଲ ବୋଲି ପ୍ରମାଣ କରିଛନ୍ତି ବି-ଟାଉନର ଏହି ସେଲିବ୍ରେଟି ଭାଇ-ଭଉଣୀମାନ…।
ବଲିଉଡର ସେହି ଭାଇଭଉଣୀଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ଏହି ଧାରଣାକୁ ସମ୍ପୂର୍ଣ୍ଣ ଭାବରେ ବଦଳାଇ ଦେଇଛନ୍ତି। ସେମାନଙ୍କ ମଧ୍ୟରେ ଥିବା ପ୍ରେମକୁ ଦେଖି କେହି କହିପାରିବେ ନାହିଁ ଯେ ସେମାନେ ନିଜର ନୁହଁନ୍ତି ବରଂ ସାବତ ଭାଇ-ଭଉଣୀ। ତେବେ ଆସନ୍ତୁ ଜାଣିବା ସେମାନଙ୍କ ବିଷୟରେ …
ସନ୍ନି ଏବଂ ଇଶା ଦେଓଲ୍
ସନ୍ନି ଦେଓଲ୍ ନିଜର ସାବତ ଭଉଣୀକୁ ଖୁବ୍ ଭଲ ପାଆନ୍ତି। ଯଦିଓ ସେ ଏହାକୁ ଦୁନିଆକୁ ଜଣାଇବାକୁ ଦେଇନଥିଲେ, କିନ୍ତୁ ପରବର୍ତ୍ତୀ ସମୟରେ କିଛି ଫଟୋ ଓ ଭିଡିଓ ମାଧ୍ୟରେ ଏବିଷୟରେ ଜଣାପଡିଥିଲା। ସନ୍ନି ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏ ସାବତ ଭଉଣୀ ଇଶା ଦେଓଲଙ୍କୁ ପ୍ରଥମ ଥର ନିଜ ଘରକୁ ନେଇଥିଲେ। ସନ୍ନି ଏବଂ ବବି ଦେଓଲ୍ ସେମାନଙ୍କର ଦୁଇ ସାବତ ଭଉଣୀ ଇଶା ଏବଂ ଅହାନାଙ୍କ ସହିତ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କରେ ରହିଛନ୍ତି।
ଅର୍ଜୁନ ଏବଂ ଜାନଭୀ କପୁର
ଶ୍ରୀଦେବୀ ଅର୍ଜୁନ କପୁରଙ୍କ ମାଙ୍କୁ ପ୍ରତାରଣା କରି ତାଙ୍କ ପିତାଙ୍କୁ ବିବାହ କରିଥିଲେ। ସେବେ ଠାରୁ ଅର୍ଜୁନ ଏବଂ ଶ୍ରୀଦେବୀଙ୍କ ମଧ୍ୟରେ ସମ୍ପର୍କ କିଛି ସେମିତି କିଛି ଭଲ ନଥିଲା। କିନ୍ତୁ ଶ୍ରୀଦେବୀଙ୍କ ନିଧନ ପରେ ଅର୍ଜୁନ୍ ଦୁଇ ସାବତ ଭଉଣୀ ଖୁସି ଏବଂ ଜାନଭୀଙ୍କୁ ଆପଣାଇ ନେଇଥିଲେ। ବଡ଼ ଭାଇର ଦାୟିତ୍ବ ମଧ୍ୟ ପୂରଣ କରୁଛନ୍ତି। ଅନେକ ଥର ୪ ଭାଇ ଭଉଣୀଙ୍କୁ ଗୋଟିଏ ଫଟୋ ଫେମ୍ ରେ ଦେଖିବାକୁ ମିଳୁଛି।
ସାରା ଅଲି ଖାନ ଏବଂ ତୈମୁର
ସମସ୍ତଙ୍କର ପ୍ରିୟ ସାରା ଅଲି ଖାନ କେବଳ ନିଜ ଭାଇ ନୁହେଁ ବରଂ ତାଙ୍କ ସାବତ ଭାଇ ତୈମୁର ଏବଂ ଜେ ଅଲି ଖାନଙ୍କୁ ମଧ୍ୟ ରାକ୍ଷୀ ବାନ୍ଧିଛନ୍ତି। ଯାହାର ଫଟୋ ଭାଇରାଲ ହୋଇଛି। କେବଳ ସେତିକି ନୁହେଁ, ସେ ନିଜର ବ୍ୟସ୍ତବହୁଳ କାର୍ଯ୍ୟସୂଚୀରୁ ସମୟ ବାହାର କରି ଅନେକ ଥର ସେମାନଙ୍କୁ ଭେଟିବାକୁ ଯାଆନ୍ତି।