ସ୍ୱାବଲମ୍ବୀ ମହିଳା – ସମୃଦ୍ଧ ଓଡ଼ିଶା

0

ବୌଦ୍ଧ ଜିଲ୍ଲା ର କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଗବଜୋର ଗ୍ରାମ ରେ ବିଚାର ଭାରତୀ ଟ୍ରଷ୍ଟ ର ସ୍ୱନିଧି ଅଭିଯାନ ପକ୍ଷ ରୁ ସ୍ୱନିଧି ଗୃହ ଏବଂ ଶାଢ଼ୀ ବୁଣା ତନ୍ତ ମହିଳା ବୁଣାକାର ଙ୍କ ପାଇଁ ଉଦଘାଟନ କରାଯାଇଛି l ଯେଉଁଠାରେ ମହିଳା ମାନେ ଏକାଠି ବସି ଶାଢ଼ୀ( ସମ୍ବଲପୁରୀ ଶାଢ଼ୀ ) ବୁଣି ପାରିବେ l” ସ୍ୱନିଧି ” ଅଭିଯାନ ର ମୂଳ ଉଦେଶ୍ୟ ହେଲା ମହିଳା ଙ୍କୁ ଆର୍ଥିକ କ୍ଷେତ୍ର ରେ ସଶକ୍ତ କରେଇ ଦେଶ ବିଦେଶ ରେ ସେମlନ ଙ୍କ ଶାଢ଼ୀ ର ପ୍ରଚାର ପ୍ରସାର କରେଇବା l ସ୍ୱନିଧି ର ଅର୍ଥ ନିଜ ର ପାଣ୍ଠି l ଆର୍ଥିକ ସ୍ତର ରେ ସ୍ୱନିଧି ର ମାଆ ମାନେ କେମିତି ସଶକ୍ତ ହେବେ ତାକୁ ଆଖି ଆଗ ରେ ରଖି ମହିଳା ବୁଣାକାର ଙ୍କ ଶାଢ଼ୀ କୁ ମଧ୍ୟ କୋଉ ଭଳି ବିକ୍ରି କରାଯାଇ ପାରିବ ଦେଶ ବିଦେଶ ରେ ତା ପାଇଁ “ସ୍ନେହାସମ୍ପୂର୍ଣl ” ନାମ ରେ ଗୋଟିଏ ବ୍ରାଣ୍ଡ କରାଯାଇଛି l
ଯାହା ର ଉଦେଶ୍ୟ ମହିଳା ବୁଣାକାର ଙ୍କୁ ଆର୍ଥିକ କ୍ଷେତ୍ର ରେ ସଶକ୍ତ କରିବା l ଏଇ ଉଦଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ବୟନିକl ଓଡ଼ିଶା ର ସଭାପତି ଶ୍ରୀ ପ୍ରକାଶ ଚନ୍ଦ୍ର ମେହେର l ଉଦଘାଟକ ଭାବରେ ସାମ୍ବାଦିକ ତଥା କାର୍ଯ୍ୟନିର୍ବାହୀ ସମ୍ପାଦକ ଅର୍ଗସ ନିୟୁଜ ଶ୍ରୀ ଦୁର୍ଗାଶିଷ l ସମ୍ମାନିତ ଅତିଥି ଭାବରେ ପୂର୍ବତନ ସଭାପତି ଆଦିତ୍ୟ ବିର୍ଲା ଗ୍ରୁପ ଶ୍ରୀ ପ୍ରସନ୍ନ ପଣ୍ଡା, ଅନ୍ୟତମ ସମ୍ନାନୀତ ଅତିଥି ଭାବରେ ଯୁବନେତା ତଥା ସମାଜସେବୀ ଶ୍ରୀ ଓମ ପ୍ରକାଶ ମିଶ୍ର ଓ ସ୍ଥାନୀୟ ସରପଞ୍ଚ ଶ୍ରୀ ସାର୍ଦୁଳ ନାଗ ଉପସ୍ଥିତ ଥିଲେ l
ଅଭିଯାନ ର ମୁଖ୍ୟ ନିର୍ଦେଶିକା ଶ୍ରୀମତୀ ବନ୍ଦନା ପଣ୍ଡା ସ୍ୱନିଧି ର ମୂଳ ଉଦେଶ୍ୟ ବିଷୟ ରେ ଆଲୋକପାତ କରିଥିଲl ବେଳେ ଟ୍ରଷ୍ଟ ର ମୁଖ୍ୟ ଶ୍ରୀମତୀ ପ୍ରୀତି ଧଳ ସଭାପତିତ୍ୱ କରିଥଲେ ଓ ଅଭିଯାନ ର ଅନ୍ୟତମ ନିର୍ଦେଶିକା ସଂଘମିତ୍ରା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ l

Leave A Reply

Your email address will not be published.