ବିଭିନ୍ନ ପ୍ରକାର ଉପାୟ ଆପଣାଇ ଆମେ ମୋଟାପଣରୁ ମୁକ୍ତି ପାଇ ପାରିବା । କିନ୍ତୁ ଏଥିରେ ଭାରସାମ୍ୟ ରକ୍ଷା କରିବା ସହିତ ଖାଦ୍ୟକୁ ସଠିକ୍ ଭାବେ ଖାଇବାକୁ ପଡ଼ିବ ।
ଆସନ୍ତୁ ଜାଣିବା ଫଳରସ ହେଉ ଅବା ଅନ୍ୟାନ୍ୟ କେଉଁ ଖାଦ୍ୟ ଆମ ସମ୍ପୂର୍ଣ୍ଣ ଶରୀରରୁ ଚର୍ବି ହ୍ରାସ କରିବାରେ ସହାୟକ ହୋଇଥାଆନ୍ତି ।
- ଖାଇବା ପୂର୍ବରୁ ଫଳ ରସ ପିଇବାକୁ ପରାମର୍ଶ ଦେଇଥାନ୍ତି । ଖାଇବା ପୂର୍ବରୁ ଫଳରସ ପିଇବା ଦ୍ବାରା ଖାଦ୍ୟ ଖାଇବାର ପରିମାଣ ଟିକେ କମ୍ ହୋଇଥାଏ । ମାତ୍ର ଫଳ ରସ ପିଇଥିବା ହେତୁ ଆଉ ଭୋକ ବି ହୁଏ ନାହିଁ । ପରୋକ୍ଷ ଭାବେ ଆମେ ଆମର ଖାଦ୍ୟର ପରିମାଣ କମ୍ କରିଥାନ୍ତି । ଦିନକୁ ୩ ପ୍ରକାର ଭିନ୍ନ ଫଳ ରସ ଭିନ୍ନ ଭିନ୍ନ ସମୟରେ ପିଅନ୍ତୁ । ଏହା ଓଜନ କମାଇବାରେ ଖୁବ୍ ସହାୟକ ହୋଇଥାଏ । ଯେତେ ଅଧିକ ଫଳ ରସ ପିଇବେ ଦେହପାଇଁ ସେତେ ଭଲ ।
- ସକାଳ ଜଳଖିଆ ବଦଳରେ ଫଳ କିମ୍ବା ପରିବା ଜୁସ୍ ପିଇବା ଖୁବ୍ ଭଲ ହୋଇଥାଏୟ ଏହା ଦ୍ବାରା ଶରୀର ସୁସ୍ଥ ରହିବା ସହ ଓଜନ ନିୟନ୍ତ୍ରଣରେ ରହିଥାଏ ।
ଏହି ତିନିଟି ଖାଦ୍ୟ ଖାଇଲେ ପେଟର ଚର୍ବି ହ୍ରାସ ପାଇଥାଏ
- ଶାଗ: ପୋଇ ପତ୍ର, କଖାରୁ ପତ୍ର, ବିଭିନ୍ନ ପ୍ରକାରର ଶାଗ ଜାତୀୟ ଖାଇବା ଖାଇ ଆମେ ଆମର ପେଟର ମୋଟାପଣକୁ ଆୟତ୍ତରେ ରଖିପାରିବା ।
- କୋବି: ଉଭୟ ବନ୍ଧା କୋବି ଓ ଫୁଲ କୋବି ଓଜନ ହ୍ରାସ ପାଇଁ ଉପଯୋଗୀ ପରିବା ହୋଇଥାଏ । ଏହାକୁ ପ୍ରଚୁର ପରିମାଣରେ ଖାଇ ପେଟ ପୂରାଇଲେ କାର୍ବୋହାଇଡ୍ରେଟ୍ ଜାତୀୟ ଖାଇବା ଆବଶ୍ୟକ ହୋଇନଥାଏଯ ଫଳରେ ସହଜରେ ଚର୍ବି ଦୂର ହୋଇଥାଏ ।
- କଳା ବିନ୍ସ: କଳା ବିନ୍ସରେ ପ୍ରଚୁର ପରିମଣର ପ୍ରୋଟିନ୍ ରହିଛି । ଏଥିରେ ପଟାସିୟନ ଥିବା ସହ ଏହା କ୍ୟାଲୋରି କମ କରି ଚର୍ବି କାଟିବାରେ ସହାୟକ ହୋଇଥାଏ ।
- ଆଲମଣ୍ଡ: ଗବେଷକମାନେ କହିଛନ୍ତି ଯେ ଦୈନିକ ୪୫ ଗ୍ରାମ୍ ଆଲମଣ୍ଡ ଖାଇବା ଦ୍ବାରା ହୃଦରୋଗ ଦୂରେଇ ଦେବା ସହ ଶରୀରର ଅଯଥା ମୋଟାପଣକୁ ବି ଦୂରେଇ ଦେଇପାରିବ ।
- କାକୁଡ଼ି ଓ ଗାଜର: କାକୁଡିରେ ପ୍ରଚୁର ପରିମାଣର ପାଣି ରହିଥାଏୟ ଏହାକୁ ପ୍ରତିଦିନ ଖାଇାଲ ଏହା ଆମ ଶରୀରରୁ ଚର୍ବିକୁ ହ୍ରାସ କରିବାରେ ରାମବାଣ ସଦୃଶ୍ୟ ହୋଇଥାଏ ।
- ଏହି ଉପାୟରେ ଅଣ୍ଟା , ପିଠି ଓ ଜଙ୍ଘରୁ ଚର୍ବି ନଷ୍ଟ ହୋଇଥାଏ
- ପ୍ରାକୃତିକ ଉପାୟରେ ଶରୀରରୁ ବିଷତତ୍ବ ନଷ୍ଟ କରିବା ହେଉଛି ଶ୍ରେଷ୍ଠ ଉପାୟ। ଏଥିପାଇଁ ଅଦାପାଣି ହେଉଛି ଏକ ଉତ୍ତମ ଔଷଧୀ । ଏଥିରେ ରହିଛି ବହୁ ଉପକାରୀ ଉପାଦାନୟ ଯାହାକି ଅଣ୍ଟା, ପିଠି, ପେଟ ଏବଂ ଜଂଘରୁ ଚର୍ବି ହଟାଇବା ପାଇଁ ଏହା ଖୁବ୍ ଫଳପ୍ରଦ । ଏବଂ ଶରୀରକୁ ପତଳା ମଧ୍ୟ କରିଥାଏ ।
ଏହି ସବୁ ଖାଦ୍ୟ ବି ଓଜନ ହ୍ରାସ କରିବାର ସାହାଯ୍ୟ କରିଥାଏ
- ମାଂସ, ମାଛ ଆଦି ସବୁ ଖାଇପାରିବେୟ ମାତ୍ର ରୋଷେଇର ପ୍ରଣାଳୀ ଉପରେ ଗୁରୁତ୍ବ ଦିଅନ୍ତୁ । ମାଂସକୁ ପ୍ରଥମେ ସିଝେଇ ସେଥିରୁ ପାଣି ଗାଳି ତା’ପରେ ରୋଷେଇ କରନ୍ତୁଯ ସେହିପରି ମାଛ ତରକାରୀ ଅପେକ୍ଷା ଆପଣ ମାଛ ଭଜା ଖାଇପାରନ୍ତି ।
- ଯଦି ଆପଣ କୌଣସି ଦୁଗ୍ଧ ଜାତୀୟ ଖାଦ୍ୟ ଯେପରିକି ଛେନା, ଲହୁଣି କିମ୍ବା ଘିଅ ଆଦି ଖାଉଛନ୍ତି ତେବେ ସେଦିନ ଅପେକ୍ଷାକୃତ ଟିକେ ବେଶୀ ଶାରୀରିକ ପରିଶ୍ରମ କରିବାକୁ ଚେଷ୍ଟା କରନ୍ତୁ।
- ଅଧିକାଂଶ ଲୋକେ ଭାବନ୍ତି ଅଣ୍ଡା ଖାଇବା ଦ୍ବାରା ମୋଟାପଣ ବି ଥାଏୟ ମାତ୍ର ନାଁ, ଆପଣ ଏହି ଖାଦ୍ୟକୁ ମୋଟାପଣ କମାଇବା ପାଇଁ ବି ଖାଇପାରନ୍ତି, ମାତ୍ର କେଶର ଖାଇବେ ନାହିଁ ।
- ଯେତେ ପାରୁଛନ୍ତି ପ୍ରଚୁର ପରିମାଣର ସବୁଜ ପନିପରିବା ଖାଆନ୍ତୁ । ଏହା ଶରୀର ପାଇଁ ସବୁଠାରୁ ଭଲ ଖାଦ୍ୟ ହୋଇଥାଏ । ମଝିରେ ମଝିରେ ବ୍ୟାୟାମ କରିବାକୁ ଆଦୌ ଭୁଲନ୍ତୁ ନାହିଁ ।