ସହଜ ଘରୋଇ ଉପାୟ ଦ୍ବାରା କପଡା ଉପରେ ଲାଗିଥିବା ଦାଗକୁ ଦୂର କରନ୍ତୁ

0

ଗ୍ରୀଷ୍ମ ଋତୁରେ ସମସ୍ତେ ଧଳା ରଙ୍ଗର କପଡା ପରିଧାନ କରିବାକୁ ପସନ୍ଦ କରନ୍ତି। କିନ୍ତୁ ଧଳା ରଙ୍ଗର କପଡାରେ ଧୁଳି ଲାଗିବା ର ଡ଼ର ସଵୁବେଳେ ଥାଏ। ବେଳେ ବେଳେ ଏହି ଦାଗ ଏତେ ଗାଢ଼ା ରଗଂ ହୋଇଯାଏ ଯେ ତାହାକୁ ଛଡେଇବାକୁ ଲୋକେ ନାକେଦମ୍ ହୋଇଯାନ୍ତି। ଫୁଣି ଏହି ମହାମାରୀ ବ୍ୟାପିବା ସମୟରେ ଲଣ୍ଡ୍ରୀ ଦୋକାନକୁ ଯାଇ କପଡା ସଫା କରିବାକୁ ଦେବା ସମ୍ଭବ ନୁହେଁ। ଅାସନ୍ତୁ ଜାଣିବା ଘରେ ରହି ଏହି ଦାଗ ଗୁଡ଼ିକୁ କିପରି ସହଜରେ ହଟେଇ ପାରିବେ।

୧. ବେକିଂ ସୋଡ଼ା ଓ ଲୁମ୍ବୁ ରସ ପ୍ରାୟତଃ ସମସ୍ତଙ୍କ ଘରେ ଉପଲବ୍ଧ ଥାଏ। ତେବେ ଅାଶ୍ଚର୍ଯ୍ୟର କଥା ଯେ ଉଭୟଙ୍କ ମିଶ୍ରଣ ଡିଟରଜେଣ୍ଟ୍ ଅପେକ୍ଷା ଦାଗକୁ ଭାବରେ ଛଡେଇ ଥାଏ। ଯଦି ଆପଣ ଧଳା କପଡାରୁ ଚା କିମ୍ବା କଫି ଦାଗ ହଟେଇବାକୁ ଚାହୁଁଛନ୍ତି ତାହେଲେ ଲୁମ୍ବୁ ରସରେ ସ୍ବଳ୍ପ ମାତ୍ରାରେ ବେକିଂ ସୋଡ଼ା ମିଶେଇ ଦାଗ ଛଡେଇ ପାରିବେ। ବେକିଂ ସୋଡ଼ା ଦୁର୍ଗନ୍ଧ ଦୂର କରିଥାଏ ଓ ଲୁମ୍ବୁ ରସ କପଡାରୁ ପ୍ରାକୃତିକ ଭାବରେ ବ୍ଲିଚ୍ କରିଥାଏ।
୨. ଲୁଣ ମଧ୍ଯ ଦାଗ ଛଡେଇବା ପାଇଁ କାମରେ ଅସି ଥାଏ। ସାଧାରଣତଃ ଦାଗ କିମ୍ବା ଫିମ୍ପି ଛଡେଇବା ପାଇଁ ଲୁଣ ପ୍ରୟୋଗ କରାଯାଏ। ଦାଗ ଲାଗି ଥିବା କ୍ଷେତ୍ରରେ କିଛି ଲୁଣ ଛିନ୍ଛି କିଛି ସମୟ ପାଇଁ ଛାଡ଼ି ଦେବେ। ଦାନ୍ତ ଘଷା ବ୍ରସ୍ ସାହାୟ୍ଯ ରେ ଘଷି ଦାଗକୁ ଦୂର କରି ପାଣିରେ ଧୋଇଦେବେ।
୩. ଖାଦ୍ୟ ର ସ୍ଵାଦ ବ୍ରୁଦ୍ଧି କରିବା ପାଇଁ ଆମେ ସମସ୍ତେ ପ୍ରାୟତଃ ଭିନେଗାର୍ ବ୍ଯବହାର କରିଥାଉ। ଚା, ଧୁଳି, ଝାଳ କିମ୍ବା କଫି ଦାଗ ହଟେଇବା ପାଇଁ ଭିନେଗାର୍ ଚମତ୍କାର ଭାବରେ କାମ କରିଥାଏ। ଦାଗ ଲାଗିଥିବା କ୍ଷେତ୍ରରେ ଭିନେଗାର୍ ବ୍ଯବହାର କରି ଥଣ୍ଡାପାଣି ରେ ଧୋଇ ଧୋଇଦେଲେ ଦାଗ ଦୂର ହୋଇଥାଏ। ଦାଗ ଅଧିକ ଗାଢ଼ା ଥିଲେ, ଭିନେଗାର୍ ପାଣି ୧:୩ ଅନୁପାତ ରେ କପଡା କୁ ୪-୫ ଘଣ୍ଟା ପାଇଁ ବୁଡାଇ ରଖି ଧୋଇଦେବେ। ପ୍ରକାଶ ଥାଉ କି, ଭିନେଗାର୍ ରେ ଏସିଡ଼ ଅଂଶ ଅଧିକ ଥିବା ରୁ ସୁକ୍ଷ୍ମ ଭାବରେ ଦାଗ ହଟେଇ ଥାଏ।

୪. ପାଖରେ ଭିନେଗାର୍ କିମ୍ବା ବେକିଂ ସୋଡ଼ା ନଥିେଲେ, ଆପଣ କେବଳ ଲୁମ୍ବୁ ରସ ମଧ୍ଯ ବ୍ଯବହାର କରିପାରିବେ। ଏକ ପାତ୍ରରେ ଲୁମ୍ବୁ ରସ ଓ ଲୁଣ ର ମିଶ୍ରଣ ନେଇ ସେଥିରେ ଦାଗ ଲାଗିଥିବା କପଡା଼ କୁ ବୁଡେଇଦେବେ। ୪-୫ ଘଣ୍ଟା ପରେ ଥଣ୍ଡା ପାଣିରେ ଧୋଇ ଧୋଇଦେବେ।
୫. ଚକ୍-ଖଡ଼ି କିମ୍ବା ଶରୀର ପାଇଁ ବ୍ଯବହାର ହଉଥିବା ପାଉଡର ମଧ୍ଯ ଭଲ ଭାବରେ ଦାଗ ହଟେଇ ଥାଏ। ହୁଏତ ଅନେକ ଲୋକ ଏ କଥା ଜାଣି ନ ଥିବେ କିନ୍ତୁ ଏହା ସତ। ରୋଷେଇ କରୁଥିବା ସମୟରେ କପଡା ଉପର କୁ ତେଲ ପଡି ଗଲେ ସେହି ଦାଗ କୁ ଚକ୍-ଖଡ଼ି କିମ୍ବା ପାଉଡର ହଟେଇ ଥାଏ। ଦାଗ ଲାଗିଥିବା କ୍ଷେତ୍ରରେ କିଛି ପରିମାଣରେ ଚକ୍-ଖଡ଼ି କିମ୍ବା ପାଉଡର ପକେଇ ତାକୁ ଭଲ ଭାବରେ ଘଷି ଦିଅନ୍ତୁ। କୁହାଯାଏ, ଚକ୍-ଖଡ଼ି କିମ୍ବା ପାଉଡର ତେଲିଆ ଅଂଶ କୁ ସହଜରେ ଶୋଷ ଥାଏ।

ଦେଖିଲେ ତ, ଘରେ ରହି କେତେ ସହଜରେ ଆପଣମାନେ କପଡା ରେ ଲାଗିଥିବା ଦାଗ କୁ ଦୁର କରି ପାରିବେ। ଉପରେ ଲେଖାଯାଇଥିବା ଟିପ୍ସ କୁ ଘରେ ବ୍ଯବହାର କରିବା ପରେ  ଆମକୁ ନିଶ୍ଚୟ ଜଣେଇବେ।

-ଶୁଭୋଜିତ୍ ପଣ୍ଡା

Leave A Reply

Your email address will not be published.