ଆଜି ହେଉଛି ନଭେମ୍ବର ପଚିଶ।ଆଜି ର ଦିନ ରେ ସାରା ବିଶ୍ୱ ଗୋଟିଏ ସ୍ବପ୍ନ ଦେଖିଥିଲା ଯେ କେମିତି ବି ହେଉ ମହିଳାଙ୍କୁ ଆମେ ଗୋଟିଏ ହିଂସାମୁକ୍ତ ସମାଜ ଉପହାର ଦେବା ପାଇଁ।ଆଜି ର ଦିନ ରେ ମହିଳାଙ୍କ ପାଇଁ ହେଉଥିବା ସମସ୍ତ ହିଂସା କୁ ଶେଷ କରିବାର ରାସ୍ତା ଖୋଜିଥିଲା।କିନ୍ତୁ ଆଜି ଆସି ସେଇ ସମାଜ ଠିକ ମଝି ରାସ୍ତା ରେ ଅଟକିଯାଇଛି। ମହିଳାଙ୍କ ପାଇଁ ହେଉଥିବା ହିଂସା କୁ ଶେଷ କରିବା ଛାଡ଼ନ୍ତୁ ମନରେ ଟିକେ ବି ଆନ୍ତରିକତା ବି ରଖୁନାହାନ୍ତି ଏ ଦିଗରେ।ସାରା ବିଶ୍ୱ ର କଥା ଛାଡ଼ିଦିଅନ୍ତୁ।

ଆମେ ଯଦି ଏଇଠା ରାଜଧାନୀ ର କଥା ଦେଖିବା ତାହେଲେ ନଭେମ୍ବର ୨୫ ର ଠିକ ପୂର୍ବ ଦିନ ଗୋଟିଏ ପାଞ୍ଚ ବର୍ଷ ର ଝିଅ କୁ ହତ୍ୟା କରିବା ଏବଂ ତାକୁ ନ୍ୟାୟ ଦେବା ଦାବି ରେ ସେ ଝିଅ ର ବାପା ଆଉ ମାଆ ଆତ୍ମହତ୍ୟା ଉଦ୍ୟମ କରିଥିଲେ।ସବୁ ଗଣ ମାଧ୍ୟମ ର ବ୍ରେକିଂ ନିୟୁଜ ଥିଲା ସେ ଘଟଣା। ଘଟଣା କୁ ଗୋଟିଏ ଦିନ ପୁରି ଥିଲେ ସୁଧା କିଛି ସୁଫଳ ମିଳିନଥିଲା। ଛୋଟ ଝିଅ ଟିଏ ବି କେତେ ଅସୁରକ୍ଷିତ ଆମ ଏଈ ଭଦ୍ରମୁଖା ସମାଜରେ ତାର ଅନେକ ଉଦାହରଣ ଆମେ ଆଗରୁ ଦେଖିସାରିଛେ।କର୍ମକ୍ଷେତ୍ର ରେ ମଧ୍ୟ ମହିଳା ଏଵେ ବି ଅସୁରକ୍ଷିତ।ରାତି ରେ କାମ ସାରି ଘର କୁ ଫେରୁଥିଲା ବେଳେ ମଧ୍ୟ ଅସୁରକ୍ଷିତ ସେ। ଟିଉସନ ରୁ ଫେରୁଥିଲା ମଧ୍ୟ ଅସୁରକ୍ଷିତ ସେ। ୯୩ ପ୍ରତିଶତ ନିଜ ଲୋକ ହିଁ କରିଥାନ୍ତି ତାକୁ ଶୋଷଣ।
ତଥାପି ବି ସେ ମୁଣ୍ଡ ଟେକି ବଞ୍ଚିବା ଶିଖିଛି। ସମାଜ ରେ ନିଜ ର ପରିଚୟ ନିଜେ ତିଆରି କରୁଛି।କିନ୍ତୁ ଆମ ସମାଜ ବିଫଳ ହେଇଛି ତାକୁ ଉପଯୁକ୍ତ ସମ୍ମାନ ଦେବା ରେ। ପ୍ରଥମେ ସମାଜ କୁ ନିଜ ର ପ୍ରତିଶ୍ରୁତି କୁ ପାଳନ କରିବା କୁ ପଡ଼ିବ। ଆନ୍ତରିକତା ରହିଲେ ନିଶ୍ଚୟ ଉପାୟ ଆସିବ।ଆଉ ଏ ଯେଉଁ ସ୍ବପ୍ନ “ମହିଳାଙ୍କ ପାଇଁ ହେଉଥିବା ସମସ୍ତ ଶୋଷଣ ର ଶେଷ “କୁ ଆମେ ନିଶ୍ଚୟ ଶେଷ କରିପାରିବା। ଏଈ ବର୍ଷ ର ଥିମ ରହିଛି ଏଈ ଦିବସ ର କମଳା ରଙ୍ଗ ରେ ସାରା ବିଶ୍ୱ କୁ ସଜେଇ ଗୋଟିଏ ହିଂସାମୁକ୍ତ ସମାଜ ଆମେ ମହିଳା ସମାଜ କୁ ଉପହାର ଦେବା।ପ୍ରୟାସ ସୁନ୍ଦର, ଚିନ୍ତା ବି ସୁନ୍ଦର କିନ୍ତୁ ଆନ୍ତରିକତା ର ଘୋର ଅଭାବ। ସେଇ ଟିକିଏ ଆନ୍ତରିକତା ଯେଉଁ ଦିନ ଆମେ ଦେଖାଇବା ସେଇଦିନ ଏଈ ଦିବସ ର ପ୍ରକୃତ ଅର୍ଥ କୁ ଆମେ ସାରା ବିଶ୍ୱବାସୀ ଙ୍କୁ ବୁଝେଇପାରିବା।
